Latest Odisha News

BREAKING NEWS

ଅଜବ ପ୍ରାଣୀ ଠାବ: ମାଟି ତଳୁ ଖୋଳି ଖାଏ ମୃତଦେହ

ଛତିଶଗଡ: ଦୁନିଆରେ ଅନେକ ପ୍ରାଣୀ ଅଛନ୍ତି । ଆଉ ପ୍ରତ୍ୟେକ ପ୍ରାଣୀଙ୍କ ବିଷୟରେ ଜାଣିବା ବି ସମ୍ଭବ ନୁହେଁ । ଏବେ ଛତିଶଗଡ଼ରେ ଏକ ଅଜବ ପ୍ରାଣୀ ଠାବ କରାଯାଇଛି, ଯିଏ ମାଟି ତଳେ ପୋତା ଯାଇଥିବା ମଣିଷର ମୃତ ଦେହକୁ ଖୋଳି ଖାଇଥାଏ । ଏହାକୁ ମଣିଷ ଖିଆ ପ୍ରାଣୀ ବୋଲି କହିଥାନ୍ତି ସ୍ଥାନୀୟ ଲୋକେ ।

ଛତିଶଗଡ଼ର ଭିଲାଇ ଟାଉନସିପର ସେକ୍ଟର ୫ରେ ଥିବା ଜେପି ପ୍ଲାଣ୍ଟ ଭିତରୁ ଏହି ପ୍ରାଣୀକୁ ଠାବ କରାଯାଇଛି । ଏହି ପ୍ରାଣୀର ନାଁ ହେଉଛି କବର ବିଜୁ । ଏସୀୟ ନାମ ହେଉଛି ସିଭେଟ୍ । ଏହି ପ୍ରଜାତିର ବଣୁଆ ଜନ୍ତୁ କ୍ୱଚିତ୍ ଦେଖିବାକୁ ମିଳନ୍ତି । ଏହାକୁୁ ଉଦ୍ଧାର କରିବା ପରେ ବିଏସପିର ମୈତ୍ରୀବାଗ ପ୍ରାଣୀ ଉଦ୍ୟାନରେ ରଖାଯାଇଛି । ସାଧାରଣତଃ ଏହି ପ୍ରାଣୀ ଦେଶର ସବୁ ସ୍ଥାନରେ ଦେଖିବାକୁ ମିଳନ୍ତି । ବିଶେଷକରି ଏମାନେ ୨୫ ରୁ ୩୦ ଫୁଟ ଲମ୍ବା ଗାତ କରି ନଦୀ ଓ ପୋଖରୀ କୂଳରେ ବାସ କରିଥାନ୍ତି । ଏହାର ଶରୀରର ଉପର ଅଂଶ ବାଦାମୀ ରଙ୍ଗର ହୋଇଥିବା ବେଳେ ପେଟ କଳା ଏବଂ କପାଳରେ ପ୍ରଶସ୍ତ ଧଳା ରେଖା ରହିଥାଏ । ଏମାନଙ୍କ ଗୋଡ଼ରେ ବଡ଼ ବଡ଼ ନଖ ଥିବାରୁ ବହୁତ ସହଜରେ ମାଟି ଖୋଳିପାରନ୍ତିି । ଏମାନେ ଆଗ ପାଦରେ ଗାତ ଖୋଳିଥାନ୍ତି ଏବଂ ପଛ ପାଦରେ ମାଟି ବାହାର କରିଥାନ୍ତି । ନଖରେ କବର ଖୋଳି ମୃତଦେହକୁ ଖାଇଥାନ୍ତି । ଏହାବ୍ୟତୀତ, ଫଳ ମୂଳ, କୀଟପତଙ୍ଗ ମଧ୍ୟ ଖାଇଥାନ୍ତି । ଏହାକୁ ହନି ବେଡଗର୍ ମଧ୍ୟ କୁହାଯାଏ ।

ସାପ ଧରାଳୀ ରାଜା କହିଛନ୍ତି ଯେ, ତାଙ୍କୁ ଜଣେ ବ୍ୟକ୍ତି ଫୋନ କରି ଜେପି ପ୍ଲାଣ୍ଟ ଭିତରେ ଏକ ଅଜବ ପ୍ରାଣୀ ଅଛି ବୋଲି କହିଥିଲେ । ସେ ଦେଖିବାକୁ ଠିକ୍ ବିଲେଇ ପରି । କିନ୍ତୁ ତାର ଲାଞ୍ଜ ବହୁତ ଲମ୍ବା । ଖବର ପାଉ ପାଉ ସେ ସଙ୍ଗେ ସଙ୍ଗେ ତାଙ୍କ ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ôଚଥିଲେ । ପରେ ବହୁତ ପରିଶ୍ରମ କରିବା ପରେ ଏହାକୁ ଧରିବାରେ ସକ୍ଷମ ହୋଇଥିଲେ । ଏହି ପ୍ରାଣୀ କବର ଖୋଳି ମଣିଷ ଖାଇଥାନ୍ତି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.