Latest Odisha News

୨୦୨୪ରେ କେଉଁଠୁ ନିର୍ବାଚନ ଲଢିବେ ରାହୁଲ, ପ୍ରିୟଙ୍କା : ଘୋଷଣା କଲେ ୟୁପି କଂଗ୍ରେସ ଅଧ୍ୟକ୍ଷ

ବାରାଣାସୀ: ୨୦୨୪ ନିର୍ବାଚନକୁ ନେଇ କଂଗ୍ରସ  କମର ସଜାଡିଲାଣି । ଘନଘନ ବୈଠକ କରି କିଏ କେଉଁଠୁ ଛିଡା ହେବ, କେଉଁଠି କେତେ ପ୍ରାର୍ଥୀ ଦେବ ସେ ନେଇ ହିସାବନିକାସ କରୁଥିବାବେେଳେ ରାହୁଲ ଗାନ୍ଧୀ କେଉଁଠୁ ନିର୍ବାଚନ ଲଢିବେ ସେ ନିଷ୍ପତ୍ତି ମଧ୍ୟ ନେଇ ସାରିଲେଣି ।  ରାହୁଲ ଗାନ୍ଧୀ ୨୦୨୪ ନିର୍ବାଚନ ଆମେଥିରୁ ଲଢିବେ । ଏ ନେଇ ଘାେଷଣା କରିଛନ୍ତି ପ୍ରଦେଶ କଂଗ୍ରେସର ନୂଆ ଅଧ୍ୟକ୍ଷ  ଅଜୟ ରାୟ ।

ଦଳର ପ୍ରଦେକ୍ଷ ଅଧ୍ୟକ୍ଷ ହେବା ପରେ ସେ ଅଜୟ ରାୟ କହିଛନ୍ତି, ୨୦୨୪ ନିର୍ବାଚନାରେ କଂଗ୍ରେସ ବିଜେପିକୁ ହରାଇବ । ରାହୁଲ ଗାନ୍ଧୀ କେଉଁଠୁ ଲଢିବେ ବୋଲି ସାମ୍ବାଦିକଙ୍କର ଏକ ପ୍ରଶ୍ନର ଉତ୍ତର ଦେଇ ‘ରାହୁଲ ଆମେଥିରୁ ଲଢିବେ’ ବୋଲି କହିଛନ୍ତି । ଅଜୟ ରାୟ କହିଛନ୍ତି, ସ୍ମୃତି ଇରାନୀ ଭୟଭୀତ ହୋଇଗଲେଣି । ସେ ଆମେଥି ଲୋକଙ୍କୁ ୧୩ ଟଙ୍କାରେ ଚିନି ଯୋଗାଉଥିଲେ । ହେଲେ ସେମିତି କିଛି ବି ହୋଇନି । ରାହୁଲ-ପ୍ରିୟଙ୍କାଙ୍କ ବାର୍ତ୍ତା ନେଇ ପ୍ରତ୍ୟେକ କର୍ମକର୍ତ୍ତା ଗାଁ ଗାଁକୁ ଯିବେ । ଆମେଥିର ଲୋକ ଏଠାକୁ ଆସିଛନ୍ତି ଏବଂ ରାହୁଲ ସେହିଠାରୁ ହିଁ ନିର୍ବାଚନ ଲଢିବେ ।

ସେହିପରି ପ୍ରିୟଙ୍କାଙ୍କୁ ନେଇ ଅଜୟ କହିଛନ୍ତି, ପ୍ରିୟଙ୍କା ଗାନ୍ଧୀଙ୍କର ଯେଉଁଠାରୁ ଲଢିବାକୁ ଇଚ୍ଛା ହେବ ସେ ଲଢିବେ । କାରଣ ଆମର ପ୍ରତ୍ୟେକ କର୍ମକର୍ତ୍ତା ଦଳ ପାଇଁ ଉତ୍ସର୍ଗୀକୃତ । ଏଠି କହିରଖିବୁ, ଅଜୟ ରାୟ ଦଳର ଜଣେ ପ୍ରଭାବଶାଳୀ ନେତା । ପୂର୍ବାଞ୍ଚଳରେ  ସେ ତାଙ୍କର ଦମ ଦେଖାଇ ସାରିଛନ୍ତି । ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଦୁଇ ଦୁଇ ଥର ନିର୍ବାଚନ ଲଢିଛନ୍ତି । ଏବେ ସେ ୟୁପିର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ । ସେ ୫ ଥର ବିଧାୟକ ମଧ୍ୟ ହୋଇଛନ୍ତି ।

Leave A Reply

Your email address will not be published.