ଭୁବନେଶ୍ୱର : ଚିରାଚରିତ ପ୍ରେମ କାହାଣୀଠାରୁ ଭିନ୍ନ ଏକ ପ୍ରେମ ଓ ପ୍ରତିଶୋଧର ସସ୍ପେନ୍ସ କାହାଣୀକୁ ନେଇ ନିର୍ମାଣ ହୋଇଛି ଓଡ଼ିଆ ଫିଲ୍ମ ‘ବନ୍ଦିନୀ’ । ଏସପିପି ପ୍ରଡକ୍ଶନ୍ ହାଉସ୍ରେ ନିର୍ମିତ ଏହି ଫିଲ୍ମରେ ଅଭିନେତା ମଣ୍ଟୁ ନାୟକ ଥିବା ବେଳେ ନାୟିକା ରିୟା ଅଛନ୍ତି । କ୍ଷୀରୋଦ ପଟ୍ଟନାୟକ ପ୍ରଯୋଜନା କରିଥିବା ବେଳେ ପିନୁ ନାୟକ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ କାହାଣୀ ଲେଖିଛନ୍ତି ଡକ୍ଟର ଜନ୍ମେଞ୍ଜୟ ପଣ୍ଡା । ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ଅଭିଜିତ୍ ମଜୁମଦାର ଗୀତଗୁଡ଼ିକୁ ସଙ୍ଗୀତରେ ସଜେଇଛନ୍ତି । ସ୍ୱୟମ ପାଢୀ, ଅନ୍ତରା ଚକ୍ରବର୍ତ୍ତୀ, ଏସ୍ ଜିତୁ, ଲିପ୍ଶା ଓ ସସ୍ମିତ କଣ୍ଠଦାନ କରିଛନ୍ତି । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍ ଟୁବୁନ୍ । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ବବି ମିଶ୍ର, ସରୋଜ ଦାସ, ଶୁଭ୍ରାଂଶୁ ନାୟକ, କମେଡିଆନ୍ ଥିନ୍ ଓ ମନୀଷା ରଥ । ପ୍ରେମ, ଷଡଯନ୍ତ୍ର ଏବଂ ପାରିବାରିକ ସମ୍ପର୍କକୁ ନେଇ ପ୍ରସ୍ତୁତ ଏହି ଫିଲ୍ମ ଦର୍ଶକଙ୍କୁ ନିଶ୍ଚୟ ବାନ୍ଧି ରଖିବ ବୋଲି ପ୍ରଯୋଜନା ସଂସ୍ଥା, ଜୀ-ସାର୍ଥକ ଚାନେଲ୍ ମୁଖ୍ୟ ପ୍ରତୀକ ସିଲ୍ କହିଛନ୍ତି ।
ଭୁବନେଶ୍ୱରସ୍ଥିତ ଏକ ତାରକା ହୋଟେଲ୍ରେ ଫିଲ୍ମର ଅଡିଓ ରିଲିଜ୍ ହୋଇଯାଇଛି । ଏହି ଅବସରରେ ଜୀ ସାର୍ଥକ ବିଜିନେସ୍ ହେଡ୍ ପ୍ରତୀକ ସିଲ୍, ପ୍ରଯୋଜକ କ୍ଷୀରୋଦ ପଟ୍ଟନାୟକ, ନିର୍ଦ୍ଦେଶକ ପିନୁ ନାୟକ, ଅଭିନେତା ମଣ୍ଟୁ,ଅଭିନେତ୍ରୀ ରୀୟା,କଣ୍ଠଶିଳ୍ପୀ ସ୍ୱୟମ ପାଢୀ, ଅନ୍ତରା ଚକ୍ରବର୍ତ୍ତୀ,ଲିପ୍ସା ମହାପାତ୍ର , କାର୍ଯ୍ୟକାରୀ ପ୍ରଯୋଜକ ତନ୍ମୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ବିବାହ ପରେ ଅଭିନେତ୍ରୀ ରିୟାଙ୍କର ଏହା ପ୍ରଥମ ଫିଲ୍ମ । ଦର୍ଶକ ଏହି ଚଳଚ୍ଚିତ୍ରକୁ ମନଭରି ଉପଭୋଗ କରିବେ ବୋଲି ସେ ଆଶା ରଖିଛନ୍ତି ।
BREAKING NEWS
- Keonjhar bank robbery case: କେନ୍ଦୁଝର ବ୍ୟାଙ୍କ ଲୁଟ୍ ଘଟଣାରେ ଦୁଇ ଅଭିଯୁକ୍ତ ଝାଡ଼ଖଣ୍ଡରୁ ଗିରଫ
- Mahanadi Tribunal: ଫେବୃଆରୀ ୭କୁ ଓଡ଼ିଶା ଶୁଣାଣି ଘୁଞ୍ଚାଇବାକୁ ମନାକଲେ ମହାନଦୀ ଟ୍ରିବ୍ୟୁନାଲ
- India’s Own Space Station: ମହାକାଶରେ ଭାରତର ନିଜ ଘର!, କାମ ଆରମ୍ଭ କଲା ISRO…
- Mokim Supporters Resign: କଂଗ୍ରେସକୁ ଝଟକା: ଇସ୍ତଫା ଦେଲେ ୪୧ଜଣ ମୋକିମଙ୍କ ସମର୍ଥକ
- Budget 2026: MSMEକୁ ମିଳିବ କି ଆୟକର ଛାଡ଼? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ…ବଜେଟ୍ ରୁ କ’ଣ ରହିଛି ଆଶା?
- Border 2 Tribute To Dharmendra:ବଢୁଛି ‘ବର୍ଡର ୨’ କ୍ରେଜ୍, ପ୍ରବୀଣ ଅଭିନେତା ଧର୍ମେନ୍ଦ୍ରଙ୍କୁ ଏମିତି ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପୁଅ ସନ୍ନି, ଫ୍ୟନ୍ସ ବି କହିଲେ…
- ଗଣତନ୍ତ୍ର ଦିବସ ପୂର୍ବରୁ ପୋଲିସକୁ ବଡ଼ ସଫଳତା: ପଞ୍ଜାବରୁ ୪ ଆତଙ୍କବାଦୀ ଗିରଫ
- ‘ବନ୍ଦେ ମାତରମ୍’ ଏହି ସମ୍ମାନ ଦେବା ପାଇଁ ମୋଦି ସରକାରଙ୍କ ଯୋଜନା
- ଗୋଟିଏ ଡିଲ୍, ୫ ଫାଇଦା: ଚୀନ୍ ଓ ଆମେରିକାକୁ ଲାଗିବ ଝଟକା
- Bangladesh former PM Sheikh Hasina: “ଆତଙ୍କବାଦୀଙ୍କ ଗଡ଼ ପାଲଟିଛି ବାଂଲାଦେଶ”
Comments are closed.