ଭୁବନେଶ୍ୱର: ଦେଶରେ କରୋନା ମିଟରର କଂଟା ଉପର ମୁହାଁ ରହିଛି । ତଳକୁ ଖସିବାର ନାନେଉ ନାହିଁ । ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସାମାନ୍ୟ ଥଣ୍ଡା, ଜ୍ୱର, ଲାଗିରହିଲେ ହାତଗୋଡ ବିନ୍ଧା ହେଲେ କରୋନା ହୋଇଥାଇପାରେ ବୋଲି ଆମେ ଭାବିଥାଉ ଏବଂ ଏହା କରୋନାର ଲକ୍ଷଣ ମଧ୍ୟ । କିନ୍ତୁ ଏବେ କରୋନାର ଆଉ ଏକ ନୂଆ ଲକ୍ଷଣ ସାମ୍ନାକୁ ଆସିଛି । ଜ୍ୱର ନଥିଲେ ବି ହୋଇପାରେ କରୋନା। ଅର୍ଥାତ୍ ଆପଣଙ୍କୁ ଜର ନଥିବ କିନ୍ତୁ ଆପଣଙ୍କଠାରେ କରୋନା ଭୂତାଣୁ ଥାଇପାରେ । ଏନେଇ ବରିଷ୍ଠ ମେଡିସିନ୍ ସ୍ପେଶାଲିଷ୍ଟ ଡାକ୍ତର ନିରୋଜ ମିଶ୍ର ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଧଇଁସଇଁ ହେଲେ, ସାମାନ୍ୟ କାଶ ହେଲେ ଓ ପତଳା ଝାଡା ହେଲେ ପରୀକ୍ଷା କରାଇନେବା ଆବଶ୍ୟକ । ବର୍ତମାନ ଲକ୍ଷଣରେ ଜର ଆସୁନାହିଁ, କିନ୍ତୁ ଏଭଳି ଲକ୍ଷଣ ଦେଖାଦେଉଛି । ତେଣୁ ଧଇଁସଇଁ ଲାଗିଲେ ଏବଂ ପତଳା ଝାଡା ହେଲେ ପରୀକ୍ଷା କରାଇନେବା ସହ ଆଇସୋଲେସନରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।
Comments are closed.