Latest Odisha News

BREAKING NEWS

କଥା ପତ୍ରିକାର ନବ ପ୍ରତିଭା ପୁରସ୍କାର ସମାରୋହ ଆୟୋଜିତ

ଭୁବନେଶ୍ୱର : ଓଡ଼ିଆ ଗଳ୍ପର ନବ ଜାତକ କଥା ପତ୍ରିକାର ୩୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଭୁବନେଶ୍ୱର ଜୟଦେବ ଭବନରେ ଆୟୋଜିତ ଏହି ଉତ୍ସବରେ ବିଶିଷ୍ଟ ପ୍ରକାଶକ ତଥା ଦିଲ୍ଲୀ ପ୍ରେସର ମୁଖ୍ୟ ସମ୍ପାଦକ ପରେଶ ନାଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ବରିଷ୍ଠ ସାହିତ୍ୟିକ ବଳରାମ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ।ଏହି ଅବସରରେ ୯ ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା ଓ ଚାରିଜଣ ମେଧାବୀ ଛାତ୍ର ଛାତ୍ରୀଙ୍କୁ କନକ ମଞ୍ଜରୀ ମେଧାବୃତ୍ତି ପ୍ରଦାନ କରାଯାଇଥିଲା ।

ଏହି ସମାରୋହରେ କଥା ପତ୍ରିକାର ମାର୍ଚ୍ଚ ସଂଖ୍ୟା ଓ କଥାଟିଏ ପୁସ୍ତକ ଉନ୍ମୋଚିତ ହୋଇଥିଲା।

କଥା ପତ୍ରିକା ନୂଆ ପ୍ରତିଭାଙ୍କୁ ସୁଯୋଗ ଦେଉଥିବା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ମୁଖ୍ୟ ଅତିଥି ପରେଶ ନାଥ ମତ ରଖିଥିବା ବେଳେ ସବୁ ବୟସର ବ୍ୟକ୍ତି ଗପ ଲେଖି ପାରିବେ ବୋଲି ସମ୍ୱାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୁପ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶିକା ମୋନିକା ନାୟର ପଟ୍ଟନାୟକ, କଥାର ସମ୍ପାଦକ ଗୌରହରି ଦାସ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ କ୍ଷେତ୍ରବାସୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

 

Comments are closed.