Latest Odisha News

BREAKING NEWS

ଘରେ ନିଆଁ ଲାଗି ମାଆ ଜୀବନ୍ତ ଦଗ୍ଧ, ଝିଅ ଗୁରୁତର

ଭଦ୍ରକ: ଶୋଇଥିବା ବେଳେ ରାତିରେ ଘରେ ଲାଗିଲା ନିଆଁ । ଅଗ୍ନିକାଣ୍ଡରେ ମାଆ ଜୀବନ ଦଗ୍ଧ ହୋଇଛନ୍ତି । ଝିଅ ଗୁରୁତର ଆହତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ବାଣୀତିଆ ପଞ୍ଚାୟତ ମହଲା ସାହିରେ ଘଟିଛି ଏହି ଦୁର୍ଘଟଣା । ଗୁରୁତର ଝିଅକୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ରାତିରେ ଘରେ ହଠାତ୍ ନିଆଁ ଲାଗି ଯାଇଥିଲା ।

BjdElectrycity

ମୃତକ ହେଲେ ଗାଁର ପ୍ରଭାତ ବେହେରାଙ୍କ ପତ୍ନୀ ଭାରତୀ ବେହେରା । ଗତକାଲି ରାତିରେ ଖାଇାବ ପରେ ପ୍ରଭାତୀ ନିଜ ସାନ ଝିଅ ସହ ଘରେ ଶୋଇଥିଲେ । ଏତିକିବେଳେ ଘରେ ଲାଗିଥିଲା ନିଆଁ । ଝିଅ ଚିତ୍କାର କରି ବାହାରକୁ ଚାଲି ଆସିଥିବା ବେଳେ ଭିତରେ ରହିଯାଇଥିଲେ ମାଆ । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, କିଛି ସମୟ ଭିତରେ ପୂରା ଘର ଜଳି ଛାରଖାର ହୋଇଗଲା ।
ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ନିଆଁରେ ଘର ସହ ପ୍ରଭାତୀ ଜଳି ଯାଇଥିଲେ । ତେବେ ଘରେ କେମିତି ନିଆଁ ଲାଗିଲା, ତାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିବେଶ । ଝିଅର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି ।

Leave A Reply

Your email address will not be published.