Latest Odisha News

BREAKING NEWS

ଆୟକରକୁ ନେଇ ବଜେଟରେ ବଡ଼ ଘୋଷଣା

ନୂଆଦିଲ୍ଲୀ: ମଧ୍ୟବିତ୍ତ ଓ ଟିକସଦାତାଙ୍କ ପାଇଁ କେନ୍ଦ୍ର ବଜେଟରେ ନିର୍ମଳା ସୀତାରମଣ ବଡ଼ ଘୋଷଣା କରିଛନ୍ତି । ନୂଆ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ୍ ସୀମା ୫୦ହଜାରରୁ ୭୫ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିସହ ନୂଆ ଟିକସ ସ୍ଲାବରେ ପୁଣି ଥରେ ପରିବର୍ତ୍ତନ କରାଯାଇଛି । ତେବେ ପୁରୁଣା ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

 

ନୂଆ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ
– ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଆଦାୟ କରାଯିବ ନାହିଁ

-୩ରୁ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୫% ଟିକସ ଲାଗୁ

– ୭ରୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୧୦% ଟିକସ ଲାଗୁ

– ୧୦ରୁ ୧୨ଲକ୍ଷ ଟଙ୍କା ଆୟ ଉପରେ ୧୫% ଟିକସ

– ୧୨ରୁ ୧୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ୨୦% ଟିକସ

– ୧୫ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦% ଟିକସ

 

୨୦୨୦ ମସିହାରେ କେନ୍ଦ୍ର ସରକାର ନୂଆ ଟିକସ ବ୍ୟବସ୍ଥା ଆଣିଥିଲେ । ଏହାକୁ ଅଧିକାଂଶ ଟିକସଦାତା ପସନ୍ଦ କରିନଥିଲେ । ଏଥିରେ ଗତବର୍ଷ ପରିବର୍ତ୍ତନ କରାଯାଇଥିଲା । ପୂର୍ବରୁ ୬ଟି ଟ୍ୟାକ୍ସ ସ୍ଲାବ ରହିଥିବା ବେଳେ ଏହାକୁ ବଦଳାଇ ୫ଟି ସ୍ଲାବ କରାଯାଇଥିଲା । ନୂଆ ବ୍ୟବସ୍ଥାରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୌଣସି ଟିକସ ଦେବାକୁ ପଡିବ ନାହିଁ ।

Comments are closed.