Latest Odisha News

ଭୁବନେଶ୍ୱରରେ ସ୍ଥଳସେନା ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି

ଭୁବନେଶ୍ୱର: ନୂତନ ଭାବେ ନିଯୁକ୍ତ ହୋଇଥିବା ସ୍ଥଳ ସେନା ଉପମୁଖ୍ୟ ଚଣ୍ଡୀ ପ୍ରସାଦ ମହାନ୍ତି ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ୧୨୦ ବାଟାଲିୟନ ପକ୍ଷରୁ ସ୍ୱାଗତ କରାଯାଇଥିଲା ।

BjdElectrycity

ଗତକାଲି ଶ୍ରୀ ମହାନ୍ତି ସେନା ଉପମୁଖ୍ୟ ଭାବେ ନିଯୁକ୍ତ ହୋଇଥିଲେ । ଜଣେ ଓଡିଆ ଭାବେ ତାଙ୍କର ନିଯୁକ୍ତିକୁ ନେଇ ତାଙ୍କ ଜଗତସିଂହପୁର ସ୍ଥିତ ଜୟବଡ ଗାଁ ଖୁସିର ଲହରି ଖେଳିଯାଇଥିଲା । କେବଳ ତାଙ୍କ ଗାଁ ନୁହେଁ ସାରା ରାଜ୍ୟବାସୀ ତାଙ୍କୁ ନେଇ ଗର୍ବ ଅନୁଭବ କରୁଛନ୍ତି । ତାଙ୍କ ବାପା ଜିତେନ୍ଦ୍ର କିଶୋର ମହାନ୍ତି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ପ୍ରାଥମିକ ଶିକ୍ଷା ଶେଷ ପରେ ସେ ସୈନିକ ସ୍କୁଲରେ ପ୍ରବେଶିକା ପରୀକ୍ଷା ପାସ କରିବା ପରେ ସେ ରଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜରେ ପାଠ ପଢିଥିଲେ । ଏହା ପରେ ସେ ଏନଡିଏରେ କୃତିତ୍ୱ ହାସଲ ସହ ସ୍ଥଳସେନାରେ ତାଙ୍କର ଚାକିରୀ ଆରମ୍ଭ କରିଥିଲେ ।

Leave A Reply

Your email address will not be published.