Latest Odisha News

BREAKING NEWS

ସମଲେଶ୍ୱରୀ ମନ୍ଦିରର ପାରିପାର୍ଶିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କାମ ଖୁବଶୀଘ୍ର

ସମ୍ବଲପୁର: ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶିକ ବିକାଶ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ସମ୍ବଲପୁର ଯାଇ ମା ସମଲେଶ୍ବରୀଙ୍କ ମନ୍ଦିର ପରିଦର୍ଶନ କରିଥିଲେ ଏବଂ ସେ ଅଞ୍ଚଳର ବିକାଶ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ପ୍ରତିନିଧି ଦଳରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫ଟି ସଚିବ ଭି.କେ. ପାଣ୍ଡିଆନ ପ୍ରମୁଖ ଅଛନ୍ତି । ମନ୍ଦିର ଗସ୍ତ ସମୟରେ ରାଜ୍ୟ ପୂର୍ତ୍ତ ସଚିବ ଓ ସମ୍ବଲପୁରର ଜିଲ୍ଲାପାଳ ଏ ଯୋଜନା ସଂପର୍କରେ ଅବଗତ କରାଇଥିଲେ । ଉତ୍ତରାଞ୍ଚଳ ଆର୍.ଡି.ସି, ଡି.ଆଇ.ଜି ଏବଂ ଏସ୍.ପି ପ୍ରମୁଖ ଉପସ୍ଥିତ ଥିଲେ ।


ମା ସମଲେଶ୍ୱରୀଙ୍କ ପୀଠକୁ ପ୍ରତିଦିନ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମା ଙ୍କ ଦର୍ଶନ ପାଇଁ ଆସିଥାନ୍ତି । ଏହି ପୀଠକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି ଯିବ ବୋଲି କୋଭିଡ ପୂର୍ବରୁ ମନ୍ଦିର ପରିଦର୍ଶନ ବେଳେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ମନ୍ଦିରର ବିକାଶ ଓ ସୌନ୍ଦର‌୍ୟ୍ୟକରଣ କାମ ମଧ୍ୟରେ ଐତିହ୍ୟ କରିଡରର ବିକାଶ, ଭୋଗମଣ୍ଡପ, ଯାତ୍ରୀ ଓ ଭକ୍ତ ନିବାସ, ପାର୍କିଂ ସୁବିଧା ଏବଂ ନଦୀ ସମ୍ମୁଖ ଭାଗର ବିକାଶକୁ ଅନ୍ତର୍ଭୁକ୍ତ କରାଯାଇଛି । ରାଜ୍ୟ ସରକାରଙ୍କର ୫ଟି କାର‌୍ୟ୍ୟକ୍ରମ ଅଧୀନରେ ଏହି ପ୍ରକଳ୍ପ କାମ କରାଯିବ । ୨ ବର୍ଷ ମଧ୍ୟରେ ଏହାର କାମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Leave A Reply

Your email address will not be published.