ପ୍ରୟାଗରାଜ: ମହାକୁମ୍ଭରେ ଆଇଆଇଟି ବାବା ନାମରେ ପରିଚିତ ଅଭୟ ସିଂଙ୍କୁ ନେଇ ସବୁଠି ଚର୍ଚ୍ଚା। ଏବେ ସୋସିଆଲ ମିଡିଆରେ ସେ ଯେତିକି ପ୍ରଶଂସିତ ହେଉଛନ୍ତି ସେତିକି ଟ୍ରୋଲ୍ ମଧ୍ଯ ହେଉଛନ୍ତି।
ତେବେ ଆଖଡା ପକ୍ଷରୁ କୁହାଯାଇଛି ଯେ ଆଇଆଇଟି ବାବା ଓରଫ ଅଭୟ ସିଂହ ଜଣେ ଠକ, ନକଲି ବାବା ଏବଂ ଜଣେ ନିଶାସକ୍ତ ବ୍ୟକ୍ତି। ଏହାରି ମଧ୍ଯରେ ଅଭୟ ସିଂହଙ୍କର ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ନିଜକୁ ଭଗବାନଙ୍କ ଅବତାର ବୋଲି କହୁଥିବାର ଦେଖାଯାଇଛି।
ଭାଇରାଲ୍ ଭିଡିଓରେ, “ଆଇଆଇଟି ୱାଲେ ବାବା” ଓରଫ ଅଭୟ ସିଂହଙ୍କର ଏକ ୪୧ ସେକେଣ୍ଡର ଭିଡିଓ ଭାଇରାଲ ହେଇଛି। ଯେଉଁଥିରେ ସେ କହୁଛନ୍ତି ଯେ ମୁଁ କୌଣସି ମିଛ କହୁନାହିଁ। ଭଗବାନ ମହାଦେବ ମୋ ସ୍ୱପ୍ନରେ ଆସି ମତେ ବିଷ୍ଣୁଙ୍କ ରୂପ ବୋଲି କହିଥିଲେ। ମୁଁ ଚାହିଁଲେ ସମସ୍ତଙ୍କ ଠାରୁ ଶକ୍ତି ଓ କ୍ଷମତା ନେଇଯାଇପାରିବି। ମୋ କଥାକୁ ବିଶ୍ବାସ କରନ୍ତୁ। କ’ଣ ସୁଦର୍ଶନ ଚକ୍ରରେ ସମସ୍ତଙ୍କୁ ମାରିବା ପରେ ମୋ କଥାକୁ ସତ୍ୟ ବୋଲି ଭାବିବେ। ସେ ଆହୁରି ମଧ୍ଯ କହିଛନ୍ତି ଯଦି ସୁଦର୍ଶନ ଦ୍ୱାରା ମୃତ୍ୟୁ ନ ହୁଏ ତାହେଲେ ତ୍ରିଶୂଳ ମାଧ୍ୟମରେ ମୁଁ ସମସ୍ତଙ୍କୁ ହତ୍ୟା କରିବି।
ତେବେ ସୋସିଆଲ ମିଡିଆରେ ଅଭୟ ସିଂହଙ୍କ ଏହି ଭିଡିଓ ଉପରେ ଲୋକମାନେ ନିଜର ମତ ରଖିଛନ୍ତି। କିଛି ଲୋକ ତାଙ୍କୁ ଠକ କହୁଥିବା ବେଳେ କିଛି ତାଙ୍କୁ ନିଶାସକ୍ତ ମଣିଷ ବୋଲି କହୁଛନ୍ତି।
Comments are closed.