Latest Odisha News

ନୂଆବର୍ଷ ପାଇଁ ପୁରୀରେ ଜାରି ହେଲା ନୂଆ ଗାଇଡଲାଇନ, ଜଗିବେ ୯ ପ୍ଲାଟୁନ ଫୋର୍ସ

ପୁରୀ : ନୂଆବର୍ଷ ପାଇଁ ପୁରୀରେ ଜାରି ହେଲା ନୂଆ ଗାଇଡଲାଇନ । ପୁରୀର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ କଡ଼ାକଡ଼ି ହେବ ପାଟ୍ରୋଲିଂ । କୋଭିଡ ଗାଇଡଲାଇନ ଅନୁସାରେ ହେବନି ଭିଡ଼ । ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ଥିବା ବେଳେ, ଆସନ୍ତାକାଲି ପତିତପାବନ ଦର୍ଶନ ପାଇଁ ବ୍ୟବସ୍ଥା ହେଉଛି । ଏହାସହ ଆଜି ପୁରୀରେ ଜିରୋ ନାଇଟ୍ ସେଲିବ୍ରେସନକୁ ବାରଣ କରାଯାଇଛି । ଗାଇଡଲାଇନକୁ ଅଣଦେଖା କରି ଭିଡ଼ ଜମାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନତି ପୁରୀ ଏସପି ।

ସେହିପରି ଆଜି ରାତିରେ ବଡ଼ଦାଣ୍ଡରେ ମୁତୟନ ହେବେ ୯ ପ୍ଲାଟୁନ୍ ପୋଲିସ ଫୋର୍ସ । ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ ପାଇଁ ପୁରୀ ରାସ୍ତାକୁ ୧୩ ଭାଗ କରାଯାଇଛି । ସବୁ ସ୍ଥାନରେ ଜଣେ ଜଣେ ଅଫିସର ନିୟୋଜିତ ହେବେ । ସମୁଦ୍ର କୂଳରେ କଟକଣା ଜାରି କରାଯାଇଛି । ୪୦ ଅଫିସର ଓ ୧୦ଟି ସ୍ବତନ୍ତ୍ର ସ୍କ୍ବାଡ ଗଠନ କରାଯାଇ ଆଇନ ଶୃଙ୍ଖଳା ଓ କୋଭିଡ କଟକଣାକୁ ନଜର ଦିଆଯାଉଥିବା କହିଛନ୍ତି ଏସପି । ରାତି ୧୦ ପରେ ନାଇଟ କର୍ଫ୍ୟୁ ଜାରି ହେବ ବୋଲି ପୁରୀ ଏସପି କନଓ୍ୱର ବିଶାଲ ସିଂ କହିଛନ୍ତି ।

Comments are closed.