Latest Odisha News

BREAKING NEWS

ମଣିଷ ଶବକୁ ଖତରେ ପରିବର୍ତନ କରିବା ପାଇଁ ନ୍ୟୁୟର୍କରେ ମିଳିଲା ଅନୁମତି

ନ୍ୟୁୟର୍କ: ଆମେରିକାର ଷଷ୍ଠ ରାଜ୍ୟ ଭାବେ ନ୍ୟୁୟର୍କରେ ପ୍ରଥମ ଦେଶ ଭାବେ ମଣିଷ ଶବକୁ ଖତରେ ପରିଣତ କରିବା ପାଇଁ ଅନୁମତି ପ୍ରଦାନ କରିଛି । ୨୦୧୯ରେ ୱାଶିଂଟନ ପ୍ରଥମେ ଏହାକୁ ଅନୁମତି ପ୍ରଦାନ କରିଥିଲେ । ବିଭିନ୍ନ ଦେଶର ରୀତି ନୀତି ଅନୁସାରେ କେଉଁଠାରେ ଶବକୁ ପୋଡା ଯାଇଥାଏ ତ ଆଉ କେଉଁଠାରେ ପୋତା ଯାଇଥାଏ । ଏବେ କାଠ, ପଶୁଙ୍କୁ ଦିଆଯାଉଥିବା ଚାରା, ଘାସ ସହ ମୃତ ଦେହକୁ ଏକ କଂଟେନର ମଧ୍ୟରେ ରଖା ଯାଇଥାଏ । କିଛି ଦିନ ପରେ ଏହା ସଢ଼ିଥାଏ ଏବଂ ପରେ ମାଟିରେ ପରିଣତ ହୋଇଥାଏ । ଏହି ଖତ ଫୁଲ, ଫଳ ଏବଂ ପନିପରିବାରେ ବେଶ ଉପଯୋଗ ସାବ୍ୟସ୍ତ ହୋଇଥାଏ । ଏବେ ମୃତ୍ୟୁ ପୂର୍ବରୁ ଆମେରିକାରେ ସମ୍ପୃକ୍ତ ବ୍ୟକ୍ତି ଆଗୁଆ ଏ ନେଇ ଆବେଦନ କରିପାରୁଛି । ଫଳରେ ତାଙ୍କ ମୃତ୍ୟୁ ପରେ ଖତରେ ପରିଣତ ହେବା ପାଇଁ ଆଉ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡି ନ ଥାଏ ।

ୱାଶିଂଟନ, କୋଲୋରାଡୋ, ଓରେଗନ, ୱର୍ମୋଟ ଏବଂ କାଲିଫର୍ଣ୍ଣିଆରେ ଏହି ପଦ୍ଧତି ଆପଣାଯାଉଛି । ପୋଡାଯିବା ଫଳରେ ସୃଷ୍ଟି ହେଉଥିବା ଅଙ୍ଗାରକାମ୍ଳର ମାତ୍ରା ଏହା ଦ୍ୱାରା ବହୁତ କମାଯାଇପାରିବ । ପରୋକ୍ଷରେ ଏହା ପରିବେଶ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏ ନେଇ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିଲେ ମଧ୍ୟ ଧୀରେ ଧୀରେ ଗ୍ରହଣୀୟ ହେବାରେ ଲାଗିଛି । ଅନ୍ୟ କେତେଗୁଡିଏ ଦେଶ ମଧ୍ୟ ଏହି ପନ୍ଥା ଆପଣାଇବା ନେଇ ଉଦ୍ୟମ ଆରମ୍ଭ କରିଛନ୍ତି ।

Comments are closed.