Latest Odisha News

ଏହା ହିଁ ପ୍ରେମ: ମୃତ ପତ୍ନୀଙ୍କ ସିଲିକନ ଷ୍ଟାଚ୍ୟୁ ରଖି ଜୀବନ କାଟୁଛନ୍ତି ତାପସ

କୋଲକାତା: କୋଲକାତାର ୬୫ ବର୍ଷୀୟ ତାପସ ସାଣ୍ଡିଲ୍ୟ ତାଙ୍କ ପତ୍ନୀ ଇନ୍ଦ୍ରାଣୀଙ୍କୁ ବହୁତ ଭଲ ପାଇଥାନ୍ତି । କରୋନାର ଦ୍ୱିତୀୟ ଲହରୀରେ ଚାଲିଗଲେ ଇନ୍ଦ୍ରାଣୀ । ଦୀର୍ଘ ଦିନ ଧରି ପତ୍ନୀଙ୍କୁ ଝୁରିବା ପରେ ଶେଷରେ ସେ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତି ନେଇଥିଲେ । ୨.୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ତାପସ ସିଲିକନର ଏକ ଷ୍ଟାଚ୍ୟୁ ନିର୍ମିତ କରାଇଥିଲେ । ଯାହା ଅବିକଳ ତାଙ୍କ ପତ୍ନୀଙ୍କ ପରି ଥିଲା । ଏହାକୁ ଆଣିବା ପରେ ତାପସଙ୍କୁ ତାଙ୍କ ପତ୍ନୀ ପାଖରେ ଥିବା ଅନୂଭବ ହୋଇଥିଲା । ସେ ମଧ୍ୟ ପତ୍ନୀଙ୍କ ଷ୍ଟାଚ୍ୟୁ ପାଖରେ ବସି ସମୟ କାଟିବା ସହ ତାଙ୍କ ପାଇଁ ସୁନା ଅଳଙ୍କାର ମଧ୍ୟ କିଣି କରି ଆଣୁଛନ୍ତି । ଏହାକୁ ନିଜ ହାତରେ ପିନ୍ଧାଇବା ସହ ପତ୍ନୀଙ୍କୁ ସଜେଇ ଦିଅନ୍ତି । ଇନ୍ଦ୍ରାଣୀ ବଂଚିଥିବା ବେଳେ ମଜାରେ କୁହନ୍ତି ମୁଁ ମଲା ପରେ ମୋ ମୂର୍ତି ଆଣିତ, ଆଉ ତାହା ସହିତ ସମୟ କାଟିବ ।

BjdElectrycity

ପତ୍ନୀଙ୍କ ମୃତ୍ୟୁ ପରେ ଥରେ ଇସ୍କନ ମନ୍ଦିରରେ ଏସି ଭକ୍ତିବେଦାନ୍ତ ସ୍ୱାମୀଙ୍କ ଜୀବନ୍ତ ପ୍ରତିମା ଦେଖି ମନ୍ତ୍ରମୁଗ୍ଧ ହୋଇଥିଲେ । ଶେଷରେ ଖୋଜାଖୋଜି କରି ଏହାର କାରୀଗର ସୁବିମଲ ଦାସଙ୍କୁ ମୂର୍ତି କରିବା ପାଇଁ ରାଜି କରାଇଥିଲେ । ଏହାକୁ ତିଆରି କରିବା ପାଇଁ ତାଙ୍କୁ ଋ ମାସ ସମୟ ଲାଗିଥିଲା । ଏହି ଘଟଣା ଏବେ ସମ୍ପୃକ୍ତ ଅଂଚଳରେ ଚର୍ଚ୍ଚାର କାରଣ ସାଜିଛି । ପ୍ରଥମେ ତାପସଙ୍କୁ ତାଙ୍କ ଘର ଲୋକ ଏଥିନେଇ ମନା କରିଥିଲେ । ମାତ୍ର ସେ ଜିଦ ଧରିବାକୁ ତାଙ୍କ ମନର ମାନସୀଙ୍କୁ ପାଖରେ ପାଇବାରେ ସଫଳ ହୋଇଛନ୍ତି ।

Leave A Reply

Your email address will not be published.