Latest Odisha News

BREAKING NEWS

ବାହାଘର ପୋଷାକ ପିନ୍ଧି ଭାନେସା ଦୌଡିଲେ ୨୮୫ କିମି, କାରଣ ଜାଣିଲେ ପ୍ରଶଂସା କରିବ !

ନ୍ୟୁୟର୍କ: ନ୍ୟୁୟର୍କର ୪୭ ବର୍ଷୀୟା ଭାନେସା ବାହାଘରର ପୋଷାକ ପିନ୍ଧି ୨୮୫ କିଲୋମିଟର ଦୌଡୁଛନ୍ତି । ଏହି ରେସ ସମ୍ପୂର୍ଣ୍ଣ କରିବା ପାଇଁ ତାଙ୍କୁ ୨ ସପ୍ତାହ ସମୟ ଲାଗିଥିଲା । । ଘରୋଇ ହିଂସାର ପ୍ରତାଡିତ ଲୋକଙ୍କ ସାହାଯ୍ୟ ଏବଂ ଏଥିନେଇ ସଚେତନତା ସୃଷ୍ଟି କରିବା ପାଇଁ ସେ ଏହି ନିଆରା ଶୈଳୀ ଆପଣାଇ ଥିଲେ । ଦୌଡିବାରେ ଅସୁବିଧା ନ ହେବ ବୋଲି ସେ ଜୋତା ସମତେ ଅନ୍ୟ କେତେକ ସାମଗ୍ରୀ ପିନ୍ଧିଥିଲେ । ତାଙ୍କୁ ଏକ ସପୋର୍ଟିଂ ଟିମ ଏଥିନେଇ ସହଯୋଗ କରୁଥିଲା ।

ଏହା ମାଧ୍ୟମରେ ଆଦାୟ ହୋଇଥିବା ରାଶିରେ ପୀଡିତ ବ୍ୟକ୍ତିଙ୍କୁ ସାହାଯ୍ୟ କରାଯିବ । ଭାନେସାଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି । ବ୍ୟକ୍ତିଗତ ଭାବେ ଘରୋଇ ହିଂସାର ଶୀକାର ହୋଇଥିବାରୁ ଏହି ପଦକ୍ଷେପ ଗ୍ରହଣ କରିଛି ବୋଲି ଭାନେସା କହିଛନ୍ତି ।

Comments are closed.