Latest Odisha News

BREAKING NEWS

୨୭ ବର୍ଷ ପରେ ଭାରତ ମାଟିରେ ନ୍ୟୁଜିଲାଣ୍ଡ ଓପନରଙ୍କ କୀର୍ତିମାନ

ଭଦୋଦରା: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାରଠାରୁ ୩ ମ୍ୟାଚ ବିଶିଷ୍ଟ ଦିିନିକିଆ ସିରିଜ ଆରମ୍ଭ ହୋଇଛି । ଶୁଭମନ ଗିଲ ନେତୃତ୍ୱାଧୀନ ଟିମ ଇଣ୍ଡିଆ ବିପକ୍ଷରେ ନ୍ୟୁଜିଲାଣ୍ଡର ଓପନର ଏକ କୀର୍ତିମାନ ସ୍ଥାପନ କରିଛନ୍ତିିିି । ଦୁଇ ଓପନର ଡେଭନ କନୱେ ଓ ହେନେରୀ ନିକୋଲସ ପ୍ରଥମ ୱିକେଟରେ ୧୧୭ ରନ ଯୋଗ କରିଥିଲେ । ୨୭ ବର୍ଷ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ବୋଲରଙ୍କୁ ଏହି ବିଫଳତା ଦେଖିବାକୁ ମିଳିଛି ।

ଏହା ପୂର୍ବରୁ ୧୯୯୯ରେ ନ୍ୟୁଜିଲାଣ୍ଡର ନାଥାନ ଆସଲେ ଓ କ୍ରୀଗ ସ୍ପିୟରମ୍ୟାନ ରାଜକୋଟରେ ୧୧୫ ରନ ସଂଗ୍ରହ କରିଥିଲେ । ନିକୋଲସ ୬୯ ବଲରେ ୬୨(୮ ଚୌକା) ଓ କନୱେ ୬୭ ବଲରୁ ୫୬ (୬ ଚୌକା, ୧ ଛକା)ରନ ସଂଗ୍ରହ କରିଥିଲେ । ଭାରତର ପେସ ବାହିନୀ ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କ୍ରିଷ୍ଣାଙ୍କ ସମେତ ସ୍ପିନର ୱାଶିଂଟନ ସୁନ୍ଦର ଓ କୂଲଦୀପ ଯାଦବ ସେମାନଙ୍କୁ ୧୦୦ ରନ ମଧ୍ୟରେ ରଖିପାରି ନ ଥିଲେ । ନ୍ୟୁଜିଲାଣ୍ଡ ଭାରତ ସମ୍ମୁଖରେ ୩୦୧ ରନର ବିଜୟ ଲକ୍ଷ୍ୟ ରଖିଛି ।

Leave A Reply

Your email address will not be published.