ହାମିଲଟନ: ନ୍ୟୁଜିଲାଣ୍ଡରେ ଚଳିତ ବର୍ଷ ଅକ୍ଟୋବରରେ ନିର୍ବାଚନ ହେବ । ତେବେ ଗୁରୁବାର ହଠାତ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନ ଇସ୍ତଫା ଦେବେ ବୋଲି ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ଫେବୃୟାରୀ ୭ରେ ସେ ପ୍ରଧାନମନ୍ତ୍ରୀ ଏବଂ ପାର୍ଟି ମୂଖ୍ୟ ପଦରୁ ଇସ୍ତଫା ଦେବେ ବୋଲି କହିଛନ୍ତି । ଚଳିତ ମାସ ୨୨ରେ ନୂତନ ପାର୍ଟି ମୂଖ୍ୟ ଘୋଷଣା କରାଯିବ । ନ୍ୟାପିୟରରେ ଦଳର ଏକ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ । ଏହା ପରେ ହଠାତ ଉପରୋକ୍ତ ଘୋଷଣା କରିଥିଲେ । ସେ କେଉଁ କାରଣ ନେଇ ଏହି ନିଷ୍ପତି ନେଲେ ତାହା ଜଣାପଡି ନାହିଁ । ମୁଁ ଆଗାମୀ କାର୍ଯ୍ୟକାଳ ପାଇଁ ମାନସିକ ଓ ଶାରୀରିକସ୍ତରରେ ଫିଟ ନାହିଁ ।
ଏହା ବର୍ତମାନେ ମୋ ପକ୍ଷେ ସମ୍ଭବପର ନୁହେଁ ବୋଲି ସେ ତାଙ୍କ ଭାଷଣରେ କହିଥିଲେ । ଏହି ଭାଷଣ ଅବସରରେ ତାଙ୍କ ଆଖି ଛଳଛଳ ହୋଇ ପଡିଥିଲା । କରୋନା ମହାମାରୀ ଯୋଗୁ ତାଙ୍କ ବିବାହରେ ବିଳମ୍ବ ହେବା ଏବଂ ଏହା ପରେ ସେ ମାଆ ହୋଇଥିଲେ । ପରିବାର ପ୍ରତି ଅଧିକ ମନୋନିବେଶ ପାଇଁ ସେ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଅନୁମାନ କରାଯାଉଛି ।
Comments are closed.