Latest Odisha News

BREAKING NEWS

ଦିନିକିଆ ସିରିଜ: ୪୨ ବର୍ଷ ପରେ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡର କ୍ଲିନ ସୁଇପ

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ନ୍ୟୁଜିଲାଣ୍ଡ କ୍ଲିନସୁଇପ କରିଛି । ୪୨ ବଷ; ପରେ ନ୍ୟୁଜିଲାଣ୍ଡ ଏହି ସଫଳତା ହାସଲ କରିଛି । ଏହା ପୂର୍ବରୁ ୧୯୮୩ରେ ଇଂଲଣ୍ଡକୁ ନ୍ୟୁଜିଲାଣ୍ଡ କ୍ଲିନସୁଇପ କରିଥିଲା । ତୃତୀୟ ଦିିନିକିଆରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪୦.୨ ଓଭରରେ ୨୨୨ ରନ କରି ଅଲଆଉଟ ହୋଇ ଯାଇଥିଲା । ଜେମୀ ଓଭରଟନଙ୍କ ୬୮ ରନ ଯୋଗୁ ଇଂଲଣ୍ଡ ୨୦୦ରୁ ଊର୍ଦ୍ଧ୍ୱ ସ୍କୋର କରିବାରେ ସଫଳ ହୋଇଥିଲା । ବ୍ରେଣ୍ଡନ କୋର୍ସ ୩୬ ଓ ଜୋସ ବଟଲର ୩୮ ରନର ଯୋଗଦାନ ଦେଇଥିଲେ । ବ୍ଲେୟର ଟିକନର ୪ଟି ଓ ଜ୍ୟାକବ ଡଫି ୩ଟି ୱିକେଟ ନେଇଥିଲେ ।

୨୨୩ ରନର ଲକ୍ଷ୍ୟକୁ ହାସଲ କରିବା ପାଇଁ ନ୍ୟୁଜିଲାଣ୍ଡ ଟିମକୁ କଡା ସଂଘର୍ଷ କରିବାକୁ ପଡିଥିଲା । ଏକଦା ୮ ୱିକେଟ ହରାଇ ନ୍ୟୁଜିଲାଣ୍ଡ ୧୯୬ ରନ କରିଥିଲା । ଜ୍ୟାକ ଫାଉଲକେସ ୧୪ ଓ ବ୍ଲେୟର ଟିକନର ୧୮ ରନ କରି ଦଳକୁ ବିଜୟୀ କରାଇଥିଲେ । ପୂର୍ବରୁ ରଚୀନ ରବୀନ୍ଦ୍ର ୪୬ ଓ ଡାରେଲ ମିଚେଲ ୪୪ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ ।

Comments are closed.