Latest Odisha News

BREAKING NEWS

ଆଜି ମିଳିବ ଟି୨୦ ବିଶ୍ୱକପରେ ନୂଆ ଚାମ୍ପିୟନ: ଶକ୍ତିଶାଳୀ ଅଷ୍ଟ୍ରେଲିଆ ଓ ବିଚକ୍ଷଣ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା

ଦୁବାଇ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ ଆଜି ଖେଳାଯିବ । ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଟାଇଟଲ ହାସଲ କରି ନ ଥିବାରୁ ଏଥର କ୍ରିକେଟପ୍ରେମୀ ନୂଆ ଚାମ୍ପିୟନ ପାଇବେ । ନ୍ୟୁଜିଲାଣ୍ଡ ୫ମ ଥର ପାଇଁ ଆଇସିସି ଟୁର୍ଣ୍ଣାମେଂଟ ଫାଇନାଲରେ ପ୍ରବେଶ କରିଛି । ଏଥର କେନ ୱିଲିୟମସନ ନେତୃତ୍ୱାଧୀନ ଦଳ ନିଶ୍ଚିତ ଭାବେ ଚାମ୍ପିୟନ ମୁକୁଟ ପିନ୍ଧିବାକୁ ଚାହିଁବେ । ଅପରପକ୍ଷରେ ବିଶ୍ୱର ସର୍ବଶ୍ରେଷ୍ଠ ଏବଂ ସଫଳ ଟିମ୍ ଅଷ୍ଟ୍ରେଲିଆ ପ୍ରଥମ ଟି୨୦ ଟାଇଟଲ ଲକ୍ଷ୍ୟରେ ରହିବ । ଶାରଜା ମ୍ୟାଚଗୁଡିକ ବ୍ୟତୀତ ସୁପର ୧୨ରେ ଖେଳା ଯାଇଥିବା ୧୪ ମ୍ୟାଚରୁ କେବଳ ଥରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଛି । ଏହା ବିଚାରକୁ ନେଲେ ଟସର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ।

ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଏବଂ ନ୍ୟୁଜିଲାଣ୍ଡ ବୋଲରଙ୍କ ମଧ୍ୟରେ କଡା ମୁକାବିଲା ନିଶ୍ଚିତ ଭାବେ ପ୍ରଶଂସକମାନେ ଦେଖିବାକୁ ପାଇବେ । ତେବେ ଟି୨୦ରେ ଓଭରାଲ ପ୍ରଦର୍ଶନ ବିଚାରକୁ ନେଲେ ଆରୋନ ଫିଂଚ ନେତୃତ୍ୱାଧୀନ ଅଷ୍ଟ୍ରେଲିଆ ପଲା ଭାରୀ ରହିଛି । ସେହିପରି ଆଇସିସି ନକଆଉଟ ମୁକାବିଲାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ରେକର୍ଡ ୧୦୦ ପ୍ରତିଶତ ରହିଛି ।

Comments are closed.