Latest Odisha News

ନ୍ୟୁଜିଲାଣ୍ଡର କ୍ରମାଗତ ଦ୍ୱିତୀୟ ବିଜୟ

ଚେନ୍ନାଇ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ନ୍ୟୁଜିଲାଣ୍ଡ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ମଙ୍ଗଳବାର ଅନୁଷ୍ଠିତ ୟୁଏଇ ବିପକ୍ଷ ମ୍ୟାଚରେ ୟୁଏଇ ୧୦ ୱିକେଟରେ ସହଜରେ ବିଜୟ ହାସଲ କରିଛି । ୟୁଏଇ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ମହମ୍ମଦ ୱାସିମଙ୍କ ୬୬ ଓ ଅଲୀଶାନ ଶରାଫୁଙ୍କ ୫୫ ରନ ସହାୟତାରେ ୟୁଏଇ ୨୦ ଓଭରରେ ୬ ୱିକେଟରେ ୧୭୩ ରନ କରିଥିଲା । ନ୍ୟୁଜିଲାଣ୍ଡର ମ୍ୟାଟ ହେନେରୀ ୨ଟି ଏବଂ ଜ୍ୟାକବ ଡଫୀ, ଲକି ଫର୍ଗ୍ୟୁଣନ, ମିଚେଲ ସାଂଟେନର ଓ ଗ୍ଲେନ ଫିଲିପ୍ସ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଜବାବରେ ନ୍ୟୁଜିଲାଣ୍ଡ ୧୫.୨ ଓଭରରେ କୌଣସି ୱିକେଟ ନ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଟିମ ସାଇଫର୍ଟ ୮୯ ଓ ଫିନ ଏଲନ ୮୪ ରନ କରି ଅପରାଜିତ ରହିଥିଲେ । ଟି୨୦ ବିଶ୍ୱକପ ଇତିହାସରେ ନ୍ୟୁଜିଲାଣ୍ଡର ଓପନରଙ୍କ ଏହା ସର୍ବଶ୍ରେଷ୍ଠ ପାର୍ଟନରଶିପ । ପ୍ରଭାବୀ ପ୍ରଦର୍ଶନ ପାଇଁ ସାଇଫର୍ଟ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଅନ୍ୟ ଏକ ମୁକାବିଲାରେ ନେଦରଲାଣ୍ଡ ୩ ୱିକେଟରେ ନାମ୍ବିଆକୁ ପରାସ୍ତ କରିଛି । ନାମ୍ବିଆ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ ବିନିମୟରେ ୧୫୬ ରନ କରିଥିଲା । ନେଦରଲାଣ୍ଡ ୧୮ ଓଭରରେ ୭ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ବାସ ଡୀ ଲେଡେ ୭୨ ରନ କରିଥିଲେ ।

Leave A Reply

Your email address will not be published.