Latest Odisha News

BREAKING NEWS

ମିଲରଙ୍କ ବିସ୍ଫୋରକ ଶତକ ବ୍ୟର୍ଥ: ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ

କରାଚୀ: ଡେଭିଡ ମିଲରଙ୍କ ବିସ୍ଫୋରକ ଶତକ ସତ୍ୱେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଦ୍ୱିତୀୟ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ୫୦ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଫାଇନାଲ ମ୍ୟାଚ ଖେଳାଯିବ । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ରଚୀନ ରବିନ୍ଦ୍ର ଓ କେନ ୱିଲିୟମସନଙ୍କ ଆକର୍ଷଣୀୟ ଶତକ ସହାୟତାରେ ୬ ୱିକେଟ ବିନିମୟରେ ୩୬୨ ରନ କରିଥିଲା । ଏହା ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ସର୍ବୋଚ୍ଚ ସ୍କୋର ରହିଥିଲା ।

୩୬୩ ରନର ଲକ୍ଷ୍ୟକୁ ପିଛା କରି ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୯ ୱିକେଟ ହରାଇ ୩୧୨ ରନ କରିବାକୁ ସକ୍ଷମ ହୋଇଥିଲା । ମିଲର ୧୦୦ ରନ କରି ଅପରାଜିତ ରହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଟେମ୍ବା ବାଭୁମା ୫୬, ରାସୀ ଭାନଡେର ଡୁସେନ ୬୯ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମିଚେଲ ସାଂଟେନର ୩ଟି ୱିକେଟ ନେଇଥିଲେ । ରଚୀନ ୧୦୧ ବଲରେ ୧୩ ଚୌକା ଓ ୧ ଛକା ସହାୟତାରେ ୧୦୮ ରନ କରିଥିଲେ । ସେହିପରି ୱିଲିୟମସନ ୯୪ ବଲରେ ୧୦ ଚୌକା ଓ ୨ ଛକା ବଳରେ ୧୦୨ ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାରେଲ ମିଚେଲ ଓ ଗ୍ଲେନ ଫିଲିପ୍ସ ୪୯ ଲେଖାଏଁ ରନ କରିଥିଲେ ।

ଦକ୍ଷିଣ ଆଫ୍ରିକା ତରଫରୁ ଲୁଙ୍ଗୀ ଏନଗିଡି ୩ଟି ୱିକେଟ ନେଇଥିବା ବେଳେ କାଗିସୋ ରାବାଡା ଓ ୱିୟାନ ମୁଲଡର ୨ଟି ଲେଖାଏଁ ୱିକେଟ ହାସଲ କରିଥିଲେ । ପୂର୍ବରୁ ଚଳିତ ସଂସ୍କରଣରେ ଅଷ୍ଟ୍ରେଲିଆ ୫ ୱିକେଟ ବିନିମୟରେ ୩୫୬ ରନ କରିଥିଲା । ରଚୀନ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । (୧୦୦ ନଟଆଉଟ)

Comments are closed.