Latest Odisha News

BREAKING NEWS

କ୍ରିକେଟକୁ ବାଏ ବାଏ କହିଲେ ନ୍ୟୁଜିଲାଣ୍ଡର ଏହି କ୍ରିକେଟର

ସ୍ପୋର୍ଟସ ବ୍ୟୁରୋ(ଓଡ଼ିଶା ସମ୍ବାଦ): ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ରସ୍ ଟେଲର । ୩୭ ବର୍ଷୀୟ ଏହି ନ୍ୟୁଜିଲାଣ୍ଡ ଖେଳାଳି କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ସୋସିଆଲ୍ ମିଡିଆରେ ଆଜି ସକାଳୁ ସକାଳୁ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ରସ୍ ଟେଲର୍ । ଟ୍ୱିଟ୍ କରି ନିଜେ ସୂଚନା ଦେଇଛନ୍ତି । ରସ୍ ଟେଲର କହିଛନ୍ତି, ହୋମ୍ ଗ୍ରାଉଣ୍ଡରେ ହେବାକୁ ଥିବା ଆଗାମୀ ଦୁଇଟି ସିରିଜି ଖେଳିବାକୁ ଚାହୁଁଛନ୍ତି ।

ଆଗାମୀ ଦୁଇଟି ସିରିଜ ବାଂଲାଦେଶ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ନ୍ୟୁଜିଲାଣ୍ଡ । ପ୍ରଥମେ ବାଂଲାଦେଶ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ୍ ହେବ । ଏହାପରେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ବିପକ୍ଷରେ ୫ଟି ଦିନିକିଆ ମ୍ୟାଚ୍ ଖେଳିବ ନ୍ୟୁଜିଲାଣ୍ଡ । ଏହି ସିରିଜ ପରେ କ୍ରିକେଟକୁ ବାଏ ବାଏ କହିଲେ ରସ୍ ଟେଲର ।

୧୭ ବର୍ଷ ଅନ୍ତର୍ଜାତୀୟ କ୍ରିକେଟ ଖେଳି ଆସୁଛନ୍ତି ରସ୍ ଟେଲର । ସମର୍ଥନ କରିଥିବାରୁ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୋଟ୍ ୪୪୫ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏଥିରେ ରହିଛି ୪୦ଟି ଶତକ । ୧୧୦ଟି ଟେଷ୍ଟରୁ ହାସଲ କରିଛନ୍ତି ୭ହଜାର ୫୮୪ ରନ୍ । ୨୩୩ଟି ଦିନିକିଆରୁ ଟେଲର ୮ହଜାର ୫୮୧ ରନ୍ ସଂଗ୍ରହ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ରସ୍ ଟେଲରଙ୍କ ନାଁରେ ଟେଷ୍ଟରେ ୧୯ ଏବଂ ଓ୍ୱାନ ଡେରେ ରହିଛି ୨୧ଟି ଶତକ । ସେହିପରି ୧୦୨ଟି ଟି-ଟ୍ୱେଣ୍ଟି ଖେଳିଛନ୍ତି । ଏଥିରୁ ୧୯ଶହ ୯ ରନ୍ ହାସଲ କରିଛନ୍ତି ରସ୍ ଟେଲର ।

Leave A Reply

Your email address will not be published.