Latest Odisha News

BREAKING NEWS

ସାତକୋଶିଆରେ ନୂଆ ଅତିଥି

ଅନୁଗୁଳ – ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପାଇଁ ଖୁସି ଖବର । ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସ ସ୍ଥଳୀରେ ପୁଣି ଥରେ ବିରଳ ଘଡ଼ିଆଳ କୁମ୍ଭୀର ଜନ୍ମ ନେଇଛନ୍ତି । ସାତକୋଶିଆର ଟିକରପଡା ବନ୍ୟପ୍ରାଣୀ ବନାଞ୍ଚଳ ମହାନଦୀର ବଳଦମରା ପାଖରେ ଶନିବାର ଏକ ମାଆ ଘଡ଼ିଆଳ ସହ କିଛି ନବଜାତକ ଘଡ଼ିଆଳ ଶାବକଙ୍କୁ ବନବିଭାଗ ଠାବ କରିଥିଲା । ଯେଉଥିରେ ପ୍ରାୟ ୨୮ ଟି ଘଡ଼ିଆଳ ଛୁଆ ଥିବା ଜଣା ପଡିଛି ।

ଏହି ସବୁ ଶାବକ ସାତକୋଶିଆ ଗଣ୍ଡର ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରଜନନ ହୋଇଥିବା କହିଛନ୍ତି ମୁଖ୍ୟ ବନ ସଂରକ୍ଷକ । ବହୁ ପୂର୍ବରୁ ପ୍ରାକୃତିକ ଭାବେ କେବଳ ସାତକୋଶିଆରେ ଘଡ଼ିଆଳଙ୍କ ପ୍ରଜନନ ହୋଇ ପାରୁଥିଲା । ପରିବେଶ ଅସନ୍ତୁଳନ ଯୋଗୁଁ ଏଥିରେ ବ୍ୟତିକ୍ରମ ଦେଖା ଯାଇଥିଲା । ହେଲେ ପୁଣି ଥରେ ସାତକୋଶିଆ ତାର ପୂର୍ବ ପରିଚୟ ଫେରି ଆସିଛି । ବର୍ତ୍ତମାନ ଏହି ଘଡିଆଳ ଶାବକ ମାନଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ଏବେ ସ୍ୱତନ୍ତ୍ର ଦେଖା ଶୁଣା କରାଯାଉଛି

Leave A Reply

Your email address will not be published.