ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ହଟକେଶ୍ୱର ମହିଳା କଲେଜ ନିକଟ ବିଲରୁ ଗୁରୁବାର ଦିନ ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି।
ପ୍ରାପ୍ତ ସୂଚନାରୁ ଜଣାପଡିଛି, ଆଜି ସକାଳେ କଲେଜ ପଛପଟେ ଥିବା ବିଲ ହୁଡା ପାଖରେ ଉକ୍ତ ଶିଶୁଟି କାନ୍ଦୁଥିବାର ଜଣେ ମହିଳା ଶୁଣିବାକୁ ପାଇଥିଲେ । ପରେ ସମ୍ପୃକ୍ତ ମହିଳା ଓ ଆଉ କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିବା ନେଇ ଜଣାପଡିଛି।
ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଏନେଇ ତଦନ୍ତ ଜାରି ରଖିଛି।
ତେବେ ଉକ୍ତ ଶିଶୁଟିକୁ କିଏ ଓ କାହିଁକି ଏଠାରେ ଛାଡି ଚାଲିଯାଇଛି, ସେନେଇ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ପୋଲିସ ଖୋଳତାଡ ଆରମ୍ଭ କରିଛି।
Comments are closed.