Latest Odisha News

BREAKING NEWS

ମହାରାଷ୍ଟ୍ରର ପ୍ରଥମ ମହିଳା ନିର୍ବାଚନ କମିଶନରଙ୍କ କରୋନାରେ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ପ୍ରଥମ ମହିଳା ନିର୍ବାଚନ କମିଶନର ନୀଳା ସତ୍ୟନାରାୟଣଙ୍କର କରୋନାରେ ମୃତ୍ୟୁ ହୋଇଛି । ମୁମ୍ୱାଇର ସେଭେନ୍ ହିଲ୍ସ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।

ନୀଳା ସତ୍ୟନାରାୟଣ ହେଉଛନ୍ତି କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ମହାରାଷ୍ଟ୍ରରେ ପ୍ରଥମ ଆଇଏଏସ୍ ଅଫିସର । ୧୯୭୨ ବ୍ୟାଚ୍ ଆଇଏଏସ୍ ଅଫିସର ନୀଳା ସତ୍ୟନାରାୟଣ । ଚାକିରିରୁ ଅବସର ପରେ ସେ ମହାରାଷ୍ଟ୍ର ରାଜ୍ୟ ନିର୍ବାଚନ କମିଶନର ଭାବରେ ନିଯୁକ୍ତି ପାଇଥିଲେ ।

ନୀଳା ସତ୍ୟନାରାୟଣ ଜଣେ ଲେଖିକା ବି ଥିଲେ । ବହୁ ପୁସ୍ତକ ରଚନା କରିଛନ୍ତି ।

Leave A Reply

Your email address will not be published.