ଯାଜପୁର: ଯାଜପୁର ମୁଖ୍ୟ ଡାକ୍ତରଖାନା ପରିସରରୁ କ୍ଷତାକ୍ତ ଅବସ୍ଥାରେ ଜଣେ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି।
ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର । ସୂଚନା ଅନୁଯାୟୀ ଆଜି ବଢ଼ି ଭୋରୁ ଜଣେ ସପେଂଇ କର୍ମୀ ଡାକ୍ତରଖାନା ପରିସରରେ ସଫା କରୁଥିବା ବେଳେ ଏକ ନବଜାତ ଶିଶୁ ପୁତ୍ରକୁ ପାଇଥିଲେ । ଉକ୍ତ ଶିଶୁର ବିଭିନ୍ନ ସ୍ଥାନରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିଲା ।
ପରବର୍ତ୍ତୀ ସମୟରେ ତାକୁ ତୁରନ୍ତ ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ସେଠାରେ ଶିଶୁଟି ଅସୁସ୍ଥ ଥିବା ଜଣାପଡିଛି।
ପରେ ଅବସ୍ଥା ଗୁରୁତର ହେବାରୁ ଶିଶୁଟିକୁ ଚାଇଲ୍ଡ ଲାଇନ ଏବଂ ସା କୁ ହସ୍ତାନ୍ତର କରାଯାଇଥିଲା । ତେବେ ଶିଶୁର ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।
ତେବେ କେହି ଏହି ଶିଶୁ ପୁତ୍ରକୁ ଛାଡି ଚାଲିଯାଇଥିବା ନେଇ ଅନୁମାନ କରାଯାଉଛି।
[contact-form][contact-field label=”Name” type=”name” required=”true” /][contact-field label=”Email” type=”email” required=”true” /][contact-field label=”Website” type=”url” /][contact-field label=”Message” type=”textarea” /][/contact-form]
Comments are closed.