Latest Odisha News

BREAKING NEWS

ବଲାଙ୍ଗିରର ପାଟଣାଗଡ ହସ୍ପିଟାଲରୁ ନବଜାତ ଶିଶୁପୁତ୍ର ଚୋରି

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ଥିବା ସରକାରୀ ହସ୍ପିଟାଲରୁ ଏକ ନବଜାତ ଶିଶୁକୁ ଜଣେ ଅଜଣା ମହିଳା ଚୋରି କରିବା ନେଇ ଅଭିଯୋଗ ହୋଇଛି ।

ମିଳିଥିବା ସୂଚନାନୁଯାୟୀ ତେଲନପଲ୍ଲୀ ଅଞ୍ଚଳର ଜଣେ ମହିଳା ରବିବାର ଦିନ ଉକ୍ତ ହସ୍ପିଟାଲରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ମେଡିକାଲରେ ଉଭୟ ମା’ ଓ ନବଜାତକ ଚିକିତ୍ସିତ ହେଉଥିବା ବେଳେ ବୁଧବାର ଦିନ ଜଣେ ଅଜଣା ମହିଳା ସେମାନଙ୍କ ପାଖକୁ ଯାଇ ଶିଶୁକୁ ଧରିଥିଲେ ଏବଂ ଛୁଆଟି ସୁନ୍ଦର ହୋଇଛି ବୋଲି କହି ଖୁସିରେ ସମ୍ପୃକ୍ତ ମା’ଙ୍କୁ ୧୦୦ଟଙ୍କା ଦେଇଥିଲେ । କିଛି ସମୟ ଯାଏଁ ନବଜାତକକୁ ଧରିବା ପରେ ଅଚାନକ ମହିଳା ଜଣକ ଶିଶୁଟିକୁ ଧରି ଦୌଡି ପଳାଇଥିଲେ ବୋଲି ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି ।

ନବଜାତ ଶିଶୁଟିର ବାପା ରୁଦ୍ରମଣି ପାଟଣାଗଡ ହସ୍ପିଟାଲରେ ଏନେଇ ଅଭିଯୋଗ କରିଛନ୍ତି ।

ତେବେ ହସ୍ପିଟାଲ ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜକୁ ଆଧାର କରି ମେଡିକାଲ କର୍ତ୍ତୃପକ୍ଷ ଏହି ଘଟଣା ସମ୍ପର୍କରେ ଝାନଭିନ୍ ଆରମ୍ଭ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.