Latest Odisha News

BREAKING NEWS

ଭୁବନେଶ୍ୱରରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ପ୍ରଶାନ୍ତି ବିହାର ଅଞ୍ଚଳରୁ ରବିବାର ଦିନ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ସ୍ଥାନୀୟ ବାସିନ୍ଦାମାନେ ଉକ୍ତ ନବଜାତ ଶିଶୁଟିର କାନ୍ଦ ଶୁଣି ତାକୁ ଏକ ପରିତ୍ୟକ୍ତ ସ୍ଥାନରୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ ।

ପରବର୍ତ୍ତୀ ସମୟରେ ଉକ୍ତ ନବଜାତକକୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି । ଏଥିସହିତ ପ୍ରବଳ ଥଣ୍ଡା କାରଣରୁ ଉକ୍ତ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ପାରିପାଶ୍ୱିର୍କ ସ୍ଥିତି ପରଖିବା ସହ ଛାନଭିନ୍ ଆରମ୍ଭ କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.