Latest Odisha News

BREAKING NEWS

ତେଲେଙ୍ଗାନାରୁ ଉଦ୍ଧାର ହେଲେ ଓଡ଼ିଆ ଦାଦନ ଶ୍ରମିକ

ରାୟଗଡା : ଇଣ୍ଟରନେସନାଲ୍ ହ୍ୟୁମାନ୍ ରାଇଟ୍ କମିଶନ ଓ କିଛି ସ୍ୱେଚ୍ଛାସେବୀ ସଙ୍ଗଠନର ମିଳିତ ଉଦ୍ୟମରେ ତେଲେଙ୍ଗାନାରେ ଫସିଥିବା ୧୫ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।

ସମସ୍ତ ୧୫ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କ ଘର ବଲାଙ୍ଗିର ଜିଲ୍ଲାରେ ବୋଲି ଜଣାପଡ଼ିଛି । ଏଥିସହିତ ସେମାନଙ୍କ ମଧ୍ୟରେ ୭ ଜଣ ମହିଳା ରହିଥିବା ନେଇ ସୂଚନା ମିଳିଛି ।

ଶ୍ରମିକମାନେ ତେଲେଙ୍ଗାନାର ପେଡାପାଲ୍ଲି ଜିଲ୍ଲାର କାର୍ଲାଚିଲ୍ଲାରେ ଏକ ଇଟାଭାଟିରେ କାମ କରୁଥିଲେ।

ମିଳିଥିବା ସୂଚନାନୁଯାୟୀ ଇଟାଭାଟି ମାଲିକ ସେମାନଙ୍କୁ ତାଙ୍କ ପ୍ରାପ୍ୟ ଠିକ୍ ଭାବେ ଦେଉନଥିଲେ ଏବଂ ମାଲିକଙ୍କୁ ନିଜ ପ୍ରାପ୍ୟ ମାଗିଲେ ଶ୍ରମିକମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ନେଇ ସୁତ୍ରରୁ ପ୍ରକାଶ ।

ଏସମ୍ପର୍କରେ କେହି ଦାଦନ ଶ୍ରମିକ ଇଣ୍ଟରନେସନାଲ୍ ହ୍ୟୁମାନ୍ ରାଇଟ୍ କମିଶନଙ୍କୁ ସୂଚନା ଦେଇଥିଲେ । ଏହାକୁ ଭିତ୍ତି କରି ଆଇଏଚଆରସି ଶ୍ରମିକମାନଙ୍କୁ ଉଦ୍ଧାର କରି ଓଡ଼ିଶା ପଠାଇଥିଲା।

ଆହୁରି ମଧ୍ୟ ଗତକାଲି ରାତିରେ ଶ୍ରମିକମାନେ ଟ୍ରେନ୍ ଯୋଗେ ରାୟଗଡ଼ାରେ ଆସି ପହଞ୍ଚିଥିଲେ ଏବଂ ସେଠାରୁ ବଲାଙ୍ଗୀର ଜିଲ୍ଲାକୁ ପଠାଯିବ ଶ୍ରମ କଲ୍ୟାଣ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.