କାକଟପୁର:ବନ ବିଭାଗର ଅବହେଳା, ଅସ୍ତରଙ୍ଗ ଜାହାନିଆ ହାଚେରୀ ରେ ବହୁ ସଂଖ୍ୟକ ଅଲିଭ ରିଡ଼ଲେ କଁଇଛ ଶାବକ ମୃତ । କାକଟପୁର ଅସ୍ତରଙ୍ଗ ବନାଞ୍ଚଳ ଅଧୀନ ପୀର ଜାହାନିଆ ଠାରେ ଥିବା ହାଚେରୀରେ ଶତାଧିକ ଅଲିଭ ରିଡ଼ଲେ କଁଇଛ ଶାବକଙ୍କ ମୃତ୍ୟୁ ହୋଇଛି । କେମିତି ଏବଂ କେଉଁ କାରଣରୁ ଏତେ ସଂଖ୍ୟକ ଶାବକ ମୃତ୍ୟୁ ବରଣ କଲେ ତାହା ପ୍ରଶ୍ନ ବାଚି ସୃଷ୍ଟି କରିଛି। ରାଜ୍ୟ ସରକାର କଁଇଛ ମାନଙ୍କ ସୁରକ୍ଷା, ସୁରକ୍ଷିତ ଅଣ୍ଡା ଦାନ ଏବଂ ହାଚେରୀ ମଧ୍ୟରେ ସେହି ଅଣ୍ଡାକୁ ରଖି ସେଥିରୁ ଛୁଆ ଫୁଟିବା ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଖର୍ଚ୍ଚ କରି କଡା ପଦକ୍ଷେପ ମାନ ନେଇ ଥିଲେ । ହେଲେ ମଧ୍ୟ ଏମିତି ଅଭାନୀୟ ଘଟଣା ଦେଖିବାକୁ ମିଳିଛି।ଋଷିକୂଲ୍ୟା, ଗହୀରମଥା, ପରେ ଅସ୍ତରଙ୍ଗ ଅଣ୍ଡାଦାନ ସ୍ଥଳୀ ଅଟେ। ସାଧାରଣତଃ ରାତିରେ କିମ୍ବା ଭୋର ସମୟରେ ଅଣ୍ଡାରୁ ଛୁଆ ମାନେ ବାହାରି ଥାନ୍ତି କିନ୍ତୁ ରବିବାର ପ୍ରଥମ ଥର ଦିନ ୧୦ଟାରେ ଗୋଟିଏ ଛୁଆ ଫୁଟିଥିଲା ତାକୁ କର୍ମଚାରୀ ମାନେ ନେଇ ସମୁଦ୍ରରେ ଛାଡିଥିଲେ ।
ପରେ ପରେ ଗୋଟିଏ ପରେ ଗୋଟିଏ ଅଣ୍ଡା ଫୁଟିଥିବା ବେଳେ ବନ କର୍ମଚାରୀ ମାନେ ଛୁଆ ମାନଙ୍କୁ ନେଇ ସମୁଦ୍ରରେ ଛାଡ଼ିବା ପାଇଁ ଉପସ୍ଥିତ ନଥିଲେ ଯାହାଫଳରେ ଖରାର ଉତ୍ତାପରେ ବାଲି ଗୁଡିକ ଅତ୍ୟଧିକ ଭାବରେ ତାତିଯାଇଥିବା କାରଣରୁ କଇଁଚ ଶାବକ ଗୁଡିକ ଛଟପଟ ହୋଇ ମରିଯାଇଥିବା ଦେଖିବାକୁ ମିଳିଥିଲା । ଏହି ଦୃଶ୍ୟ ପରିବେଶବିତ ଓ ଜୀବ ସୁରକ୍ଷା କର୍ମୀ ମାନଙ୍କୁ ଗଭୀର ଆଘାତ ଦେଇଛି. ପ୍ରତ୍ୟେକ ଦିନ ଅସ୍ତରଙ୍ଗ ବନାଞ୍ଚଳ ଅଧୀନରେ କରାଯାଇଥିବା ଏକାଧିକ ହାଚେରିରୁ ଏହିଭଳି ଭାବରେ କଇଁଛ ଶାବକ ମାନଙ୍କ ମୃତ୍ୟୁ ହେଉଥିବା ଜଣାପଡିଛି ।
BREAKING NEWS
- ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ
- World TB Day : ଆସନ୍ତାକାଲି ବିଶ୍ବ ଯକ୍ଷ୍ମା ଦିବସ; ଜାଣିଛନ୍ତି କି ସାଧାରଣ କାଶ କେବେ ଯକ୍ଷ୍ମାରେ ପରିଣତ ହୁଏ?
- ୨ ବର୍ଷରେ ୧.୧୬ ଲକ୍ଷ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ
- ମଧ୍ୟପ୍ରାଚ୍ୟ ଯୁଦ୍ଧ ଭାରତକୁ କରୁଛି ପ୍ରଭାବିତ: ଯେଉଁଠୁ ସମ୍ଭବ ସେଠାରୁ ତେଲ କିଣୁଛି ଦେଶ
- ୩ ବର୍ଷରେ ୧୮୭୮ ଗୋ ଚାଲାଣ କେସ୍,ପଶ୍ଚିମବଙ୍ଗକୁ ହେଉଛି ସର୍ବାଧିକ…
- Gold & Silver Rate: ୧୦ହଜାର କମ୍ ହେଲା ସୁନା, ରୂପା ଦର ବି ଖସିଲା
- ଆମେରିକା ସହ ସବୁ ସମ୍ପର୍କ ଶେଷ !
- IPL: କ୍ରିକେଟ୍ ପଡ଼ିଆରେ ଟଙ୍କାର ବର୍ଷା !
- ମୁଖ କ୍ୟାନସରରେ ୧୦ ବର୍ଷରେ ୩ ହଜାର ମୃତ
- ରତ୍ନଭଣ୍ଡାର ଗଣତି ମଣତି ସମୀକ୍ଷା ବୈଠକ
Comments are closed.