Latest Odisha News

BREAKING NEWS

ଟସ୍ ଜିତି ବୋଲିଂ ନିଷ୍ପତି ନେଲା ହାଇଦ୍ରାବାଦ

ଚେନ୍ନାଇ: ଚଳିତ ଆଇପିଏଲରେ ରବିବାର ଆରମ୍ଭ ହେବାକୁ ଯାଉଛି ହାଇ ଭୋଲଟେଜ ମ୍ୟାଚ । ଏଥିରେ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ । ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ପିଚ୍ ସ୍ପିନରଙ୍କୁ ସୁହାଇବ ବୋଲି ଆଶା କରାଯାଉଥିବାରୁ ଉଭୟ ଟିମ୍ ଏକାଧିକ ସ୍ପିନରଙ୍କୁ ଦଳରେ ସାମିଲ କରିଛନ୍ତି ।

କୋଲକାତା ନାଇଟ ରାଇଡର୍ସ: ଇଅନ ମୋର୍ଗାନ (ଅଧିନାୟକ), ଶୁଭମନ ଗିଲ, ରାହୁଲ ତ୍ରିପାଠୀ, ନୀତିଶ ରାଣା, ଦୀନେଶ କାର୍ତିକ, ଆନ୍ଦ୍ରେ ରସେଲ, ଶକିବ ଉଲ ହାସନ, ପ୍ୟାଟ କୁମିନ୍ସ, ହରଭଜନ ସିଂ, ପ୍ରସିଦ୍ଧ କ୍ରିଷ୍ଣା, ବରୁଣ ଚକ୍ରବର୍ତି ।
ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ ୱାର୍ଣ୍ଣର (ଅଧିନାୟକ), ଜନୀ ବେୟାରଷ୍ଟୋ, ରିଦ୍ଧିମାନ ଶାହ, ମନୀଷ ପାଣ୍ଡେ, ବିଜୟ ଶଙ୍କର, ଅବଦୁଲ ସମଦ, ମହମ୍ମଦ ନାବି, ରଶିଦ ଖାଁ, ଭୁବନେଶ୍ୱର କୁମାର, ତ୍ୟାଗୀ ନଟରାଜନ, ସନ୍ଦୀପ ଶର୍ମା ।

Leave A Reply

Your email address will not be published.