Latest Odisha News

BREAKING NEWS

ଫୁଲ ଆକ୍ସନ ମୋଡରେ ବାବା ବାଲମୁକୁନ୍ଦ: ନନଭେଜ ହୋଟେଲରେ ଚଢଉ କରି କହିଲେ-‘ ଏହାକୁ କରାଚି କରିବାକୁ ଚାହୁଁଛ ?’

ଜୟପୁର: ରାଜସ୍ଥାନରେ ବିଜେପି ବହୁମତ ପାଇବା ପରେ ଫୁଲ ଆକ୍ସନ ମୋଡରେ ଅଛନ୍ତି ନବ ନିର୍ବାଚିତ ବିଧାୟକ ବାଲାମୁକୁନ୍ଦ ଆଚାର୍ଯ୍ୟ ।  ରାଜଧାନୀ ଜୟପୁରରେ ଏବେ ବାଲମୁକୁନ୍ଦଙ୍କୁ ନେଇ ଚର୍ଚ୍ଚା । ବାଲମୁକୁନ୍ଦଙ୍କ ଭିଡିଓ ଖୁବ ଭାଇରାଲ ହେଉଛି । ବାଲମୁକୁନ୍ଦଙ୍କ ଟାର୍ଗେଟରେ ଏବେ ନନଭେଜ ଫୁଡ ଷ୍ଟଲ । ବିନା ଲାଇସେନ୍ସରେ ଚାଲିଥିବା ନନଭେଜ ଦୋକାନ ଉପରେ ଚଢଉ ଆରମ୍ଭ କରି ଦେଇଛନ୍ତି ବାଲମୁକୁନ୍ଦ ।

ନନଭେଜ ଫୁଡ ଷ୍ଟଲ ବନ୍ଦ କରିବା ପାଇଁ ଅଲ୍ଟିମେଟମ ଦେବା ପରେ ବାଲମୁକୁନ୍ଦ ନିଜ ସମର୍ଥକଙ୍କ ସହ ଅପରକାଶୀ ଇଲାକାର ଏମଏମ ଖାନ ନାମକ ଜଣେ ହୋଟେଲ ଉପରେ ଚଢଉ କରିଛନ୍ତି । ନିଜ ସମର୍ଥକଙ୍କ ସହ ହୋଟେଲରେ ପହଞ୍ଚି ହୋଟେଲ ମାଲିକଙ୍କୁ ଲାଇସେନ୍ସ ମାଗିଥିଲେ । ଦୋକାନ ମାଲିକଙ୍କ ଉପରେ ଜୋରଦାର ଚଢଉ କରି କହିଥିଲେ, ଏହା ଉପରକାଶୀ । ଏହାକୁ କରାଚୀ କରିବାକୁ ଚାହୁଁଛ ନା କ’ଣ ?

କର୍ମଚାରୀଙ୍କ ଉପରେ ଜୋରଦାର ବର୍ଷିଥିଲେ ବାଲମୁକୁନ୍ଦ । ତୁମର ଲାଇସେନ୍ସ କାହିଁ ବୋଲି କହି ଗର୍ଜିଥିଲେ । ଧମକ ଦେଇ କହିଥିଲେ, ମୋତେ ମିଠେଇ ଖାଇବା ବାଲା ବୋଲି ଭାବନି । ମୁଁ ନା ଖାଇବି…ନା ଖାଇବାକୁ ଦେବି.. । ଗୋଟେ ପର୍ସେଣ୍ଟ ବି ମୁଣ୍ଡରେ ଏମିତି ଭାବନା ରଖନି । ଜଣଙ୍କ ପାଖରେ ବି ଲାଇସେନ୍ସ ନାହିଁ । ଆଗକୁ ଉଠାଇ ଦେବି । ଏଠାକୁ ଟୁରିଷ୍ଟ କେମିତି ଆସିବେ ? ଏତେ ଗନ୍ଧ କରି ରଖିଛ ଏ ସ୍ଥାନକୁ ? ଏହାକୁ କ’ଣ କରାଚି କରିବାକୁ ଚାହୁଁଛ ? ଇଏ ଉପରକାଶୀ । ଆଖି ଦେଖାଅନି । ବାବା ବୋବାଲ କରିବେ..’

ସୂଚନାଥାଉ କି, ହବାମହଲ ବିଧାନସଭା ଆସନରୁ ବିଜେପି ଟିକେଟରେ ନିର୍ବାଚନ ଜିତିଛନ୍ତି ବାଲମୁକୁନ୍ଦ ଆଚାର୍ଯ୍ୟ । ଏବେ ବାବା ନିଜ ଇଲାକାରେ ଖୁବ ସକ୍ରିୟ ଅଛନ୍ତି । ସୋମବାର ତାଙ୍କର ଏକ ଭିଡିଓ ଖୁବ ଭାଇରାଲ ହୋଇଛି । ଘଟଣାସ୍ଥଳରେ ପହଞ୍ଚି ବାବା ସଂପୃକ୍ତ ଅଧିକାରୀଙ୍କୁ ଫୋନ କରି ରୋଡ ଉପରେ ନନଭେଜ ବିକ୍ରି କରିପାରିବେ କି ବୋଲି ପଚାରିଥିଲେ । ସେପଟୁ ଉତ୍ତର ପାଇବା ପରେ ଏଠାରୁ ଶୀଘ୍ର ନନଭେଜ ଠେଲା ଗାଡି ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ସନ୍ଧ୍ୟାରେ ରିପୋର୍ଟ ଦେବାକୁ ମଧ୍ୟ ତାଗିଦ କରିଥିଲେ ।

Comments are closed.