Latest Odisha News

BREAKING NEWS

ଆଜି ସମ୍ବର୍ଦ୍ଧିତ ହେବେ ନବନିର୍ବାଚିତ ସାଂସଦ, ବିଧାୟକ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଚଳିତ ନିର୍ବାଚନରେ ବାଜି ମାରିନେଇଛି ବିଜେପି । ୨୪ ବର୍ଷର ସରକାରଙ୍କୁ ଗାଦିଚ୍ୟୁତ କରି ଓଡିଶା ଶାସନ ସମ୍ଭାଳିଛି ବିଜେପି । ଏହି ଅବସରରେ ଆଜି ନିଜର ନବ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ସମ୍ବର୍ଦ୍ଧନା ଦେବ ବିଜେପି। ଏଥିପାଇଁ ଭୁବନେଶ୍ବର ପ୍ରଦର୍ଶନୀ ପଡ଼ିଆରେ ସମ୍ବର୍ଦ୍ଧନା ସଭା ପାଇଁ ସ୍ବତନ୍ତ୍ର ଆୟୋଜନ କରାଯାଇଛି । ସମସ୍ତ ପ୍ରସ୍ତୁତି ସରିଛି  ।ସଜେଇ ହୋଇଛି ପ୍ରଦର୍ଶନୀ ପଡିଆ । ସମ୍ବର୍ଦ୍ଧନା ଗ୍ରହଣ କରିବେ ନବନିର୍ବାଚିତ ସାଂସଦ ଓ ବିଧାୟକ । ଏହା ସହିତ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ସମ୍ବର୍ଦ୍ଧିତ ହେବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଦୁଇ , ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ,ବଂ ପ୍ରଭାତୀ ପରିଡାଙ୍କ ସମେତ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନେ ମଧ୍ୟ ଏହି ସମ୍ବର୍ଦ୍ଧିତ ଉତ୍ସବରେ ଯୋଗ ଦେବେ । ଏହା ସହିତ ବିଜେପି କର୍ମୀଙ୍କ ସମେତ ପ୍ରାୟ ୧୦ ହଜାର ଲୋକ ଏହି ସଭାରେ ଯୋଗ ଦେବେ ।

ଆଜି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ନେତୃତ୍ୱମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ।  ମଧ୍ୟ ଉପସ୍ଥିତ ରହିବା ନେଇ ଦଳୀୟ ସୂତ୍ରରୁ ସୂଚନା ମିଳିଛି। ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ାଙ୍କ ସହ ବି ଉପସ୍ଥିତ ରହିବେ।

Leave A Reply

Your email address will not be published.