Latest Odisha News

BREAKING NEWS

ପୁଣି ଶାଶୂ ଘର ଆଗରେ ବସିଲେ ଜଣେ ନବବିବାହିତା

ଅନୁଗୋଳ: ପୁଣି ଶାଶୂ ଘର ଆଗରେ ବସିଲେ ଜଣେ ବିବାହିତା । ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସାମନ୍ତ ସାହିରୁ ଆସିଲା ଖବର । ୮ ମାସ ତଳେ ଦିଗାମ୍ବର ବାରିକଙ୍କ ପୁଅ ମାନସ ବାରିକଙ୍କୁ ପ୍ରେମ ବିବାହ କରିଥିଲେ ଜୋସ୍ନା ସାହୁ  । ୪ ମାସ ଶାଶୁ ଘରେ ରହିବା ପରେ ତାଙ୍କୁ ମାଡ ମାରିଥିଲେ ଶାଶୂଘର ଲୋକେ । ପରେ ଘରୁ ବାହାରି ଭଡାରେ ଅନ୍ୟତ୍ର ରହିଥିଲେ ମାନସ ଓ ପତ୍ନୀ ଜୋସ୍ନା ସାହୁ  ।

କିନ୍ତୁ ଧୀରେ ଧୀରେ ଜ୍ୟୋତ୍ସ୍ନାଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଥିଲେ ମାନସ । ଜୋସ୍ନାଙ୍କୁ ଛାଡି ଏବେ ଧରାଛୁଆଁ ଦେଉନଥିବାରୁ ଶାଶୂ ଘର ଆଗରେ ସେ ଧାରଣାରେ ବସିଛନ୍ତି । ଅନୁଗୁଳ ଟାଉନ୍ ଥାନାରେ ଜୋସ୍ନା ଲିଖିତ ଅଭିଯୋଗ କରିଥିଲେ ବି କିଛି ଫଳ ମିଳିନଥିଲା । ଏବେ ଗଣମାଧ୍ୟମ ସାହାଯ୍ୟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି ଜ୍ୟୋତ୍ସ୍ନା । ଶାଶୂଘର ଲୋକେ ତାଙ୍କ ସ୍ୱାମୀଙ୍କୁ ଲୁଚାଇ ରଖିଥିବା ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.