Latest Odisha News

BREAKING NEWS

ଶିବସେନାରୁ ଚୟନ ହେବ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ : ମାଣିକରାଓ ଠାକରେ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଆଜି ଘୋଷଣା ହେବକୁ ଥିବା କୁହାଯାଉଛି । ତେବେ ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ କଂଗ୍ରେସ ପକ୍ଷରୁ ଆସିଛି ଏହିଭଳି ମନ୍ତବ୍ୟ ।

“ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଶିବସେନାରୁ ହେବ । ରାଜ୍ୟସ୍ତରୀୟ ବୈଠକରେ ଏନସିପି ଏହି ପଦ ପାଇଁ କୌଣସି ଦାବି କରିନାହିଁ” ବୋଲି କହିଛନ୍ତି କଂଗ୍ରେସ ନେତା ମାଣିକରାଓ ଠାକରେ ।

ତେବେ କଂଗ୍ରେସ ନେତା ମାଣିକରାଓ ଠାକରେଙ୍କର ଏହି ମନ୍ତବ୍ୟ ଶୁଣିବା ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦ ଆଗାମୀ ୫ ବର୍ଷ ପାଇଁ ଶିବସେନାକୁ ମିଳିପାରେ ବୋଲି ସୂତ୍ରରୁ ପ୍ରକାଶ ।

ଶୁକ୍ରବାର ହେବାକୁ ଥିବା ବୈଠକରେ ୩ଦଳର ନେତା ଏକାଠି ବସି କିଛି ମୁଦ୍ଦା ଉପରେ ଆଲୋଚନା କରିବା ସହ ସରକାର ଗଠନ ନିମନ୍ତେ ରାଜ୍ୟପାଳଙ୍କ ସହ ସାକ୍ଷାତ କରିବାକୁ ସମୟ ଠିକ କରିବେ।

Leave A Reply

Your email address will not be published.