Latest Odisha News

ଶାହରୁଖ ଖାନ ୫ କୋଟି ୨୫ ଲକ୍ଷରେ ବିକ୍ରି!

ଚେନ୍ନାଇ: ସେ ବଲିଉଡର କିଙ୍ଗ ଖାନ ଆଉ ଏ ହେଉଛନ୍ତି କ୍ରିକେଟର କିଙ୍ଗ ଖାନ । ସିନେମାରେ ସାଇନ କଲେ କୋଟି କୋଟି ଟଙ୍କାର ବୋଲି ଲାଗେ । ଆଉ ଏ ଶାହରୁଖ ଙ୍କ ପାଇଁ ବି ଲାଗିଛି ଆଇପିଏଲର ବୋଲି । ତାଙ୍କୁ ୫କୋଟି ୨୫ ଲକ୍ଷ ଟଙ୍କାରେ ଶାହରୁଖ୍ ଖାନଙ୍କୁ କିଣିଛି ପଂଜାବ ।

ତାମିଲନାଡୁର ବିସ୍ଫୋରକ ବ୍ୟାଟ୍ସ ମ୍ୟାନ ଶାହରୁଖଙ୍କୁ କିଣିବା ପାଇଁ ଆଗେଇ ଆସିଥିଲେ ଦିଲ୍ଲୀ, କେକେଆର୍‌, ଆରସିବି, ରାଜସ୍ଥାନ ରୟାଲ୍ସ, ପଂଜାବ ଆଦି ଟିମ୍ । ୨୦ଲକ୍ଷ ବେସ୍ ପ୍ରାଇସ୍ ଆରମ୍ଭ ହୋଇଥିଲା ନିଲାମୀ । ପ୍ରଥମେ ଆରସିବି ତାଙ୍କ ପାଇଁ ନିଲାମ ଡାକିଥିଲା । ଦଳ ଏକ କୋଟିରେ ନିଲାମ ଡାକିବା ପରେ ତାଙ୍କ ପାଇଁ ଆଗ୍ରହ ପ୍ରକାଶ କରିଥିଲା ଦିଲ୍ଲୀ । ଏହା ପରେ ଆରସିବି ୧.୯କୋଟିରେ ନିଲାମ ଡାକିଥିଲା । ଏହା ପରେ ୨.୪କୋଟି ଟଙ୍କାରେ ନିଲାମ ଡାକିଥିଲା ପଂଜାବ । ଏହି ପରି ଭାବରେ ବଢିଚାଲିଛି ଶାହରୁଖଙ୍କ ପ୍ରାଇସ୍ । ଶେଷରେ ପଂଜାବ ତାଙ୍କୁ ୫.୨୫କୋଟିରେ କିଣିଥିଲା ।

ଶାହରୁଖ ପାଇଁ ଦିନଟି ବେଶ୍ ଭଲ ଥିଲା । ଗତ ଥର ସେ କୌଣସି କାରଣରୁ ଆଇପସ୍ଲ୍ ନିଲାମୀରେ ଭାଗ ନେଇପାରି ନ ଥିଲେ । କିନ୍ତୁ ଆଜି ତାଙ୍କ ପାଇଁ ବୋଲି ପରେ ବୋଲି ଲାଗିଚାଲିଲା ।

Leave A Reply

Your email address will not be published.