Latest Odisha News

ଥରାଉଛି ଲେଡ଼ଟାଣି ଜାଡ଼: ଜି.ଉଦୟଗିରରେ ୩ଡିଗ୍ରୀକୁ ଖସିଲା ପାରଦ

ଭୁବନେଶ୍ୱର:ଶୀତରେ ଥରୁଛି ଓଡ଼ିଶା । ରାଜ୍ୟକୁ ଫେରିଛି ଜାଡ଼ । ଗତକାଲି ରାଜ୍ୟର ୯ଟି ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସରୁ କମ୍ ରେକର୍ଡ କରାଯାଇଛି । ଉପକୂଳ ଅପେକ୍ଷା ପଶ୍ଚିମ ଓଡ଼ିଶାରେ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଫୁଲବାଣୀ, ବଲାଙ୍ଗିର ଓ ଝାରସୁଗୁଡ଼ାରେ ଶୀତ ଲହରି । ରାଜ୍ୟରେ ସବୁଠୁ ସର୍ବନିମ୍ନ ୩ ଡିଗ୍ରୀ ସେଲସିୟସ୍ ତାପମାତ୍ରା କନ୍ଧମାଳ ଜିଲ୍ଲା ଜି. ଉଦୟଗିରରେ ରେକର୍ଡ କରାଯାଇଛି ।

ସେହିପରି ଫୁଲବାଣୀରେ ୫.୫, ଦାରିଙ୍ଗିବାଡ଼ିରେ ୮, କୋରାପୁଟରେ ୮.୫, ଝାରସୁଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ରହିଛି ୯.୨ ଡିଗ୍ରୀ ସେଲସିୟସ୍ । କେନ୍ଦୁଝରରେ ୯.୪, ବଲାଙ୍ଗିର ଓ ସୁନ୍ଦରଗଡ଼ରେ ୯.୫ ଡିଗ୍ରୀକୁ ଖସିଛି ପାରଦ । ଭବାନୀପାଟଣାରେ ରାତିର ସର୍ବନିମ୍ନ ତାପମାତ୍ରା ୯.୮ ଡିଗ୍ରୀ ସେଲସିୟସକୁ ଖସିଥିଲା ।

ଏହି ସମୟରେ ଭୁବନେଶ୍ୱରେ ୧୪.୭ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ କଟକରେ ପାରଦ ଥିଲା ୧୩.୪ ଡିଗ୍ରୀ ସେଲସିୟସ୍ । ଆଉ ଦିନେ ଦୁଇ ଦିନ ରାଜ୍ୟରେ ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.