Latest Odisha News

BREAKING NEWS

ବଢିଲା ଏନଏଚ୍‌ଏମ୍ ନିଯୁକ୍ତି ଫର୍ମ ପୈଠର ଶେଷ ସମୟସୀମା !

ମୁମ୍ବାଇ: ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ(ଏନଏଚ୍‌ଏମ୍‌), ରାଜ୍ୟ ସ୍ୱାସ୍ଥ୍ୟ ସମାଜ ମହାରାଷ୍ଟ୍ର ଦ୍ୱାରା ଜୁନିୟର ଇଞ୍ଜିନିୟର, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର, ପ୍ରୋଗ୍ରାମ ମ୍ୟାନେଜର- ଜନ ସ୍ୱାସ୍ଥ୍ୟ ନିଯୁକ୍ତି ଆଦି ପଦବୀ ପାଇଁ ଆବେଦନ ର ଶେଷ ସମୟସୀମାକୁ ବୃଦ୍ଧି କରା ଯାଇଥିବା ସୂଚନା ମିଳିଛି ।

ଏନଏଚ୍‌ଏମ୍ ଅଫିସିଆଲ ୱେବସାଇଟରେ ଏହି ସମ୍ବଦ୍ଧୀୟ ସୂଚନା ଦିଆଯାଇଛି । ଆଶାୟୀ ପ୍ରାର୍ଥୀ ମାନେ ଆସନ୍ତା ଜୁନ ୪ ତାରିଖ ସୁଦ୍ଧା ନିଜ ଆବେଦନ ପତ୍ର ଦାଖଲ କରିପାରିବେ । ଆଗ୍ରହୀ ମାନେ ଆବେଦନ ପତ୍ର ସହିତ ନିଜ ଦସ୍ତାବେଜ କୁ ସମୟସୀମା ପୂର୍ବରୁ nrhm.recruit1@gmail.com ରେ ପୈଠ କରିପାରିବେ ।

ପୂର୍ବରୁ ଆବେଦନ ର ଶେଷ ତାରିଖ ମଇ ୨୮ ରଖାଯାଇଥିଲା । ଜୁନିୟର ଇଞ୍ଜିନିୟର, ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର, ପ୍ରୋଗ୍ରାମ ମ୍ୟାନେଜର-ଜନ ସ୍ୱାସ୍ଥ୍ୟ ନିଯୁକ୍ତି ଭଳି ପ୍ରାୟ ୧୧୨ ଖାଲିପଡିଥିବା ପଦବୀ  ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ରଖାଯାଇଥିବା ଜଣାପଡିଛି ।

Comments are closed.