Latest Odisha News

BREAKING NEWS

ନବରଙ୍ଗପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା; ଓଡ଼ିଶା ଡିଜିପିଙ୍କୁ ଏନଏଚଆରସିଙ୍କ ନୋଟିସ୍

ଭୁବନେଶ୍ୱର: ନବରଙ୍ଗପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ସ୍ବତଃ ସଂଜ୍ଞାନ ନେଇଛନ୍ତି।

ସୂଚନା ଅନୁଯାୟୀ, ୨୯ ଅଗଷ୍ଟ ୨୦୨୫ରେ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଅଞ୍ଚଳରେ ଜଣେ ସାମ୍ବାଦିକଙ୍କୁ ଜନୈକ ବ୍ୟକ୍ତି ଅନେକ ଥର ଛୁରାମାଡ଼ କରିଥିଲେ। ତାଙ୍କ ବିରୁଦ୍ଧରେ ଅଭିଯୋଗ କରିବାରୁ ସେ ଏହି ଆକ୍ରମଣ କରିଥିଲେ। ପରେ ପୀଡିତ ସାମ୍ବାଦିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଯାହାକୁ ନେଇ କମିଶନ କହିଛନ୍ତି ଯେ, ଯଦି ଏହି ଖବର ସତ୍ୟ ତେବେ ଏହା ମାନବାଧିକାର ଉଲଂଘନର ଏକ ଗମ୍ଭୀର ପ୍ରସଙ୍ଗ ଅଟେ। ତେଣୁ କମିଶନ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ନୋଟିସ୍ ଜାରି କରି ଦୁଇ ସପ୍ତାହ ମଧ୍ଯରେ ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିସହିତ ଆହତ ସାମ୍ବାଦିକଙ୍କ ସ୍ବାସ୍ଥ୍ୟବସ୍ଥା ବିଷୟରେ ସୂଚନା ପ୍ରଦାନ କରିବାକୁ ମଧ୍ୟ କୁହାଯାଇଛି।

 

Comments are closed.