କଟକ:SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ । ଘଟଣାର ଅନୁଧ୍ୟାନ କରି ୧୫ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଥାଉକି, ଅଗ୍ନିକାଣ୍ଡ ସମୟରେ ଟ୍ରମା କେୟାର ଆଇସିୟୁରେ ୨୩ ରୋଗୀ ଥିଲେ ବୋଲି ଜଣାପଡ଼ିଛି। ମଧ୍ୟରାତ୍ରୀରେ ଯେତେବେଳେ ଏସସିବିର ରୋଗୀ, ରୋଗୀ ସଂପର୍କୀୟମାନେ ଶୋଇ ପଡ଼ିଥିଲେ, ସେହି ସମୟରେ ଅଗ୍ନିକାଣ୍ଡ ହୋଇଥିଲା। ହଠାତ ଅଗ୍ନିକାଣ୍ଡ ହେବାରୁ ରୋଗୀ ଓ ରୋଗୀମାନେ ଉଠିବା ବେଳକୁ ସ୍ଥିତି ଅଣାୟତ୍ତ ହୋଇଥିଲା। ଅଗ୍ନିକାଣ୍ଡ ଘଟିବା ମାତ୍ରେ ହସ୍ପିଟାଲ କର୍ମଚାରୀ ଏବଂ ଅଗ୍ନିଶମ ବାହିନୀ ତୁରନ୍ତ ପଦକ୍ଷେପ ନେଇଥିଲେ। ହସ୍ପିଟାଲର ନିଜସ୍ୱ ଅଗ୍ନିଶମ ବିଭାଗ ପ୍ରଥମେ ନିୟୋଜିତ ହୋଇଥିଲେ। ବାହାରୁ ତିନୋଟି ଅଗ୍ନିଶମ ଗାଡି ମଧ୍ୟ ଶୀଘ୍ର ଘଟଣାସ୍ଥଳରେ ପହଞ୍ଚିଥିଲା। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲା। କିନ୍ତୁ ଧୂଆଁ ଏବଂ ନିଆଁ ଯୋଗୁଁ ଅନେକ ରୋଗୀଙ୍କ ପ୍ରବଳ କ୍ଷତି ହୋଇଥିଲା।
ବିଦ୍ୟୁତ ସର୍ଟସର୍କିଟ କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି । ତେବେ ଅଗ୍ନିକାଣ୍ଡ କେଉଁ ପରିସ୍ଥିତିରେ ଘଟିଲା ତାହା ଜଣାପଡ଼ି ନାହିଁ।
Comments are closed.