Latest Odisha News

BREAKING NEWS

କାମାକ୍ଷାନଗର ମହିମା ଆଶ୍ରମରେ ନୂଆଁଖାଇ ପାଳିତ

କାମାକ୍ଷାନଗର: ମଢି ସ୍ଥିତ ମହିମା ଆଶ୍ରମ ଠାରେ କୌପୁନି ଧାରୀ ମହିମା ସମାଜ ପକ୍ଷରୁ ଗଣପର୍ବ ନୂଆଁ ଖାଇ ପାଳିତ ହୋଇଯାଇଛି। ଭୋର ସମୟରୁ ମହିମା ଧର୍ମର ନୀତି ଅନୁଯାୟୀ ମହିମା ସନ୍ୟାସୀ ମାନେ ଏହି ପର୍ବ ସଂପନ୍ନ ହୋଇଛି ।

ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ସମାଜର ମଙ୍ଗଳ କଲ୍ୟାଣ ସକାଶେ ମହିମା ଧର୍ମୀ କୌପୁନିଧାରୀ ସନ୍ୟାସୀ ମାନେ ଆଶ୍ରମରେ ପୂଜାର୍ଚ୍ଚନା କରିବା ସହ ନବାନ୍ନ ପ୍ରସ୍ତୁତି କରିଥିଲେ।

ପରେ ପ୍ରସ୍ତୁତ ନବାନ୍ନକୁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ପରଷା ଯାଇଥିଲା । ୧୮୭୫ ମସିହାରୁ ପଶ୍ଚିମ ଓଡ଼ିଶାର ଏହି ପ୍ରସିଦ୍ଧ ଗଣପର୍ବକୁ କାମାକ୍ଷାନଗର ମହିମା ଆଶ୍ରମ ଠାରେ ବେଶ ଆନନ୍ଦ ଉତ୍ସାହଦ ସହିତ ପାଳନ କରାଯାଉଛି ।

Leave A Reply

Your email address will not be published.