Latest Odisha News

ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଭର୍ତ୍ତି ଏସୟୁଭି ଜବତ ଘଟଣା, ମହାରାଷ୍ଟ୍ର ପୋଲିସର ଏନକାଉଣ୍ଟ ସ୍ପେସାଲିଷ୍ଟ ଅଫିସର ଗିରଫ

ମୁମ୍ୱାଇ: ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ ମୁଖ୍ୟ ମୁକେଶ ଅମ୍ବାନୀଙ୍କ ବାସଭବନ ପାଖରୁ ବିସ୍ଫୋରକ ଭର୍ତ୍ତି ଏସୟୁଭି ଜବତ ଘଟଣାରେ ଏନଆଇଏର କାର୍ଯ୍ୟାନୁଷ୍ଠାନ । ମୁହାରାଷ୍ଟ୍ର ପୋଲିସର ଜଣେ ଅଧିକାରୀଙ୍କୁ ଗିରଫ କରାଯାଇଛି । ମହାରାଷ୍ଟ୍ର ପୋଲିସ ଅଧିକାରୀ ସଚିନ ବାଜେଙ୍କୁ ବାନ୍ଧିଛି ଏନଆଇଏ । ସେ ଜଣେ ଏନକାଉଣ୍ଟର ସ୍ପେସାଲିଷ୍ଟ । ଦୀର୍ଘ ୧୨ ଘଣ୍ଟା ଜେରା ପରେ ତାଙ୍କୁ ଗିରଫ କରାଯାଇଥିବା ଏନଆଇଏ ପକ୍ଷରୁ ସୂଚନା ଦିଆଯାଇଛି ।

ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ଘର ଆଗରେ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ରଖିବା ଘଟଣାରେ ଭୂମିକା ଥିବା ଓ ସଂପୃକ୍ତି ଅଭିଯୋଗରେ ସଚିନ ବାଜେଙ୍କୁ ଗିରଫ କରାଯାଇଛି । ତାଙ୍କୁ କୋର୍ଟରେ ହାଜର କରାଯିବ । ଏହାସହ ଥାନେର ବ୍ୟବସାୟୀ ମନସୁଖ ହିରନଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ବି ତାଙ୍କୁ ଜେରା କରିପାରେ ମୁମ୍ୱାଇ ପୋଲିସର ଏଟିଏସ୍ । ବିସ୍ଫୋରକ ଭର୍ତ୍ତି ସ୍କର୍ପିଓ ହିରନଙ୍କ ପାଖରେ ଥିଲେ ।

ଗତ ଫେବ୍ରୁଆରୀ ୨୫ ତାରିଖରେ ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ପାଖରୁ ମାତ୍ର କିଛି ମିଟର ଦୂରରେ ଏକ ଜିଲେଟିନ୍ ଷ୍ଟିକ୍ ଭର୍ତ୍ତି ସ୍କର୍ପିଓ ମିଳିଥିଲା । ସେଥିରେ ମୁକେଶ ଓ ନୀତାଙ୍କ ନାଁରେ ଏକ ଚିଠି ମି ଜବତ ହୋଇଥିଲା । ଏହାପରେ ମାର୍ଚ୍ଚ ୫ ତାରିଖରେ ସର୍ପିଓ ମାଲିକ ମନସୁଖ ହିରନଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ବର୍ତ୍ତମାନ ବିସ୍ଫୋରକ ଭର୍ତ୍ତି ଏସୟୁଭି ଜବତ ଘଟଣାର ତଦନ୍ତ ଏନଆଇଏ କରୁଛି ।

Leave A Reply

Your email address will not be published.