Latest Odisha News

PFI ବିରୋଧରେ NIAର ଚାର୍ଜସିଟ୍; ‘ଭାରତକୁ ଇସଲାମିକ୍ ଦେଶ କରିବାକୁ ଷଡ଼ଯନ୍ତ୍ର’

ନୂଆଦିଲ୍ଲୀ: ଦେଶରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (PFI) ଉପରେ ପ୍ରତିବନ୍ଧକ ଲାଗିଛି । କିନ୍ତୁ କେତେକ ରାଜ୍ୟରେ ଏବେ ପିଏଫ୍ଆଇ ସକ୍ରିୟ ରହିଛି । ଏପରିକି ପିଏଫ୍ଆଇକୁ ଫଣ୍ଡି ମଧ୍ୟ ମିଳୁଛି । ଏହାରି ଭିତରେ ଖବର ଆସିଥିଲା ପିଏଫ୍ଆଇ ୨୦୪୭ ସୁଦ୍ଧା ଭାରତକୁ ଇସଲାମିକ ଦେଶ ବନାଇବାକୁ ଚାହୁଁଛି ।

ଆଉ ଯେଉଁଥିପାଇଁ ପିଏଫ୍ଆଇ ମୁସଲିମ୍ ଯୁବକଙ୍କୁ ଭ୍ରମିକ କରୁଛି । ସେମାନଙ୍କୁ ଅସ୍ତ୍ରଶସ୍ତ୍ର ତାଲିମ୍ ଦେଉଛି । ଏବେ ଉକ୍ତ ମାମଲାରେ ଏନ୍ଆଇଏ ଦାଖଲ କରିଛି ଚାର୍ଜସିଟ୍ । ଯେଉଁଥିରେ ପିଏଫ୍ଆଇର ୨ ସଦସ୍ୟଙ୍କୁ ଅଭିଯୁକ୍ତ ଦର୍ଶା ଯାଇଛି ।

ସୂଚନା ଅନୁସାରେ, ଗତବର୍ଷ ସେପ୍ଟେମ୍ବରରେ ପିଏଫ୍ଆଇ ଏକ ବଡ଼ ଷଡ଼ଯନ୍ତ୍ର ରଚିଥିଲା । ଯେଉଁ ଷଡ଼ଯନ୍ତ୍ର ପ୍ରକାରେ ଅଲଗା ଅଲଗା ସମୁଦାୟ ମଧ୍ୟରେ ହିଂସା ସୃଷ୍ଟି ପାଇଁ ଉଦ୍ୟମ ହୋଇଥିଲା । ଏଥିସହ ମୁସଲମାନ ଯୁବକଙ୍କ ବ୍ରେନୱାଶ କରାଯାଉଥିଲା । ସେମାନଙ୍କୁ ଆଧୁନିକ ଅସ୍ତ୍ରଶସ୍ତ୍ର ଟ୍ରେନିଂ ଦେଇ ୨୦୪୭ ସୁଦ୍ଧା ଭାରତକୁ ଇସଲାମିକ ରାଷ୍ଟ୍ର କରିବା ଉଦ୍ଦେଶ୍ଯ ଥିଲା ।

ଏହି ମାମଲାରେ ଏନ୍ଆଇଏ ମହମ୍ମଦ ଆସିଫ୍ ଓ ସାଦିକ ସରଫଙ୍କୁ ଅଭିଯୁକ୍ତ ଦର୍ଶାଇଛି । ଏହି ୨ ଅଭିଯୁକ୍ତ ନିୟମିତ ବ୍ୟବଧ୍ୟାନରେ ଟ୍ରେନିଂ କ୍ୟାମ୍ପ ଆୟୋଜିତ କରୁଥିଲେ । ଏମାନଙ୍କ କାମ ଥିଲା ମୁସଲମାନ ଯୁବକଙ୍କ ମଧ୍ୟରେ ଡର ସୃଷ୍ଟି କରିବା କି ଇସଲାମ୍ ଏବେ ବିପଦରେ । ଆଉ ସେହି ଡର ସାହାଯ୍ୟରେ ଦେଶରେ ଅରାଜକତା ସୃଷ୍ଟି ଥିଲା ଲକ୍ଷ୍ୟ ।

ଏନ୍ଆଇଏ ଉକ୍ତ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ କରିଥିବା ବେଳେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି । କିଛିଦିନ ତଳେ ଏନ୍ଆଇଏ ପିଏଫ୍ଆଇ ସହ ଜଡ଼ିତ ଏକ ନେଟୱର୍କର ଖୁଲାସା କରିବା ସହ ୫ ଜଣଙ୍କୁ ଗିରଫ କରିଥିଲା ।

Comments are closed.