ନୂଆଦିଲ୍ଲୀ: ଦେଶର ୫ଟି ରାଜ୍ୟରେ ଜାମାତ୍ ଉଲ୍ ମୁଜାହିଦ୍ଦିନ ତଥା ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନ ସକ୍ରିୟ ହେଉଥିବା ନେଇ ସୋମବାର ଦିନ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି(ଏନଆଇଏ)ର ମୁଖ୍ୟ ୱାଇସି ମୋଦି ପ୍ରକାଶ କରିଛନ୍ତି ।
ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ବୈଠକରେ ଏନଆଇଏର ମୁଖ୍ୟ ଏଭଳି କହିଛନ୍ତି ।
ଏହି ସଙ୍ଗଠନର ଗତିବିଧି ଝାଡଖଣ୍ଡ, ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ ଓ କେରଳ ଆଦିରେ ବଢୁଛି । ଆହୁରି ମଧ୍ୟ ଏହିସବୁ ରାଜ୍ୟମାନଙ୍କୁ ପ୍ରାୟ ୧୨୫ ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ତାଲିକା ପଠାଇ ଦିଆଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।
Comments are closed.