Latest Odisha News

BREAKING NEWS

ଜମ୍ମୁ-କାଶ୍ମୀରରେ ଆଜିଠୁ ସକ୍ରିୟ ହେଲା ପୋଷ୍ଟପେଡ୍ ଫୋନ୍ ସେବା

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଏବେ ଧିରେ ଧିରେ କଟକଣା ଅପସାରଣ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ସୋମବାର ଠାରୁ କାଶ୍ମୀର ଉପତ୍ୟକାର ସମସ୍ତ ଜିଲ୍ଲାଗୁଡ଼ିକରେ ବନ୍ଦ କରାଯାଇଥିବା ପୋଷ୍ଟପେଡ୍ ସୁବିଧା ପୁନର୍ବାର ସକ୍ରିୟ ହୋଇଛି ।

ମୋବାଇଲରେ ଏହି ପୋଷ୍ଟପେଡ୍ ସୁବିଧା ପୁନର୍ବାର ଯୋଗାଇଦେବା ନେଇ ଜମ୍ମୁ ଓ କାଶ୍ମୀରର ପ୍ରମୁଖ ସଚିବ ରୋହିତ କଂଶଲ ଗତ ଶନିବାର ଦିନ ଘୋଷଣା କରିଥିଲେ ।

ତେବେ ଏବେବି ଇଣ୍ଟରନେଟ ସେବା ବନ୍ଦ ରହିଥିବା ବେଳେ ଆଗାମୀ ଦିନରେ ପ୍ରିପେଡ ମୋବାଇଲ୍ ସେବାକୁ ସକ୍ରିୟ କରାଯିବା ନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ସୂଚନାଯୋଗ୍ୟ, କାଶ୍ମୀରରେ ଗତ ଅଗଷ୍ଟମାସଠାରୁ ଇଣ୍ଟରନେଟ ସେବା, ଲ୍ୟାଣ୍ଡ ଲାଇନ ଫୋନ, ମୋବାଇଲ୍ ସେବା ତଥା ସର୍ବସାଧାରଣରେ ବୁଲାବୁଲି କରିବା ଉପରେ କଟକଣା ଜାରି କରାଯାଇଥିଲା । ଏହା ଅନ୍ତର୍ଜାତୀୟସ୍ତରରେ ଭୃକୁଞ୍ଚନ ସୃଷ୍ଟି କରିବା ସହିତ ବିଭିନ୍ନ ଗଣମାଧ୍ୟମରେ ଏହି କଟକଣାକୁ ସମାଲୋଚନା କରାଯାଉଥିଲା । ମାତ୍ର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର କହିବାନୁଯାୟୀ, ଜମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପକୁ ରୋକିବା ଲାଗି ଇଣ୍ଟରନେଟ ସେବା ତଥା ବିଭିନ୍ନ ସେବା ଉପରେ କିଛିଦିନ ଲାଗି କଟକଣା ଜାରି କରାଯାଇଥିଲା ।

Comments are closed.