ଭୁବନେଶ୍ବର: ଭୁବନେଶ୍ବର ସୁନ୍ଦରପଦା ନିୟୁ ଆଜାଦ ନଗର ବୋମା ବିସ୍ଫୋରଣ ଘଟଣାରେ ଆରମ୍ଭ ହୋଇଛି NIA ତଦନ୍ତ । NIAର ଟିମ୍ ଆଜି ସ୍ପଟ୍ ଭିଜିଟ୍ କରିବା ସହ ଯାଞ୍ଚ ଆରମ୍ଭ କରିଛି । ଘର ମାଲିକଙ୍କଠାରୁ ଆରମ୍ଭ କରି ଏକାଧିକ ଲୋକଙ୍କୁ ଜେରା କରିଛି ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି । ଏହି ବିସ୍ଫୋରଣ ପଛରେ କୌଣସି ଆତଙ୍କବାଦୀ ଲିଙ୍କ୍ ଅଛି ନା ନାହିଁ ତାର ଖୋଳତାଡ଼ ଚାଲିଛି । ଘଟଣାସ୍ଥଳରୁ ମଧ୍ୟ ସମସ୍ତ ତଥ୍ୟ ସଂଗ୍ରହ କରିଛି ସାଇଣ୍ଟିଫିକ୍ ଟିମ୍ ।
ଗତକାଲି ଭୁବନେଶ୍ବର ଏୟାରଫିଲଡ ଥାନା ସୁନ୍ଦରପଦା ଆଜାଦ ନଗରରେ ବୋମା ଭିଡ଼ୁଥିବା ବେଳେ ବିସ୍ଫୋରଣରେ ୪ଜଣ ଗୁରୁତର ହୋଇଥିଲେ । ତିନିମହଲା କୋଠା ଉପରେ ବୋମା ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ପେଶାଦାର ଅପରାଧୀ ସେହନବାଜ ମଲ୍ଲିକ ସମେତ ୪ଜଣ ଗୁରୁତର ହୋଇଥିଲେ ।
ଏହି ବିସ୍ଫୋରଣରେ ସେହନବାଜ, ତାଙ୍କ ମାଆ, ବାନ୍ଧବୀ ଓ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି । କିପରି ଭଡ଼ାରେ ରହି ଏହା ଚଳାଇଥିଲେ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରୁ ବାରୁଦ ଜବତ ହୋଇଛି। ପ୍ରାଥମିକ ତଦନ୍ତ ପରେ ଭୁବନେଶ୍ବର ଡିସିପି କହିଥିଲେ ଡିସିପି କହିଥିଲେ ।
ସୋହନବାଜ ମଲ୍ଲିକ ନାଁରେ ବିଭିନ୍ନ ଥାନାରେ ୭ଟି ମାମଲା ରହିଛି । ତେଣୁ କୌଣସି ଅପରାଧ ଘଟାଇବାକୁ ବୋମା ତିଆରେ କରୁଥିଲେ କି ବୋଲି ପ୍ରଶ୍ନ ଉଠିଛି। ଏଦିଗରେ ବି ତଦନ୍ତ ଚାଲିଥିବା ଭୁବନେଶ୍ବର ଡିସିପି ଜଗମୋହନ ମୀନା କହିଛନ୍ତି।