Latest Odisha News

ଆକ୍ସନ ମୁଡ଼ରେ ଏନଆଇଏ, ପାକିସ୍ତାନୀ ସଂଗଠନ ସହ ଜଡ଼ିତ ତାମିଲନାଡ଼ୁର ୧୦ଟି ସ୍ଥାନରେ ରେଡ୍

ନୂଆଦିଲ୍ଲୀ: ଆକ୍ସନ ମୁଡ଼ ରେ ଏନଆଇଏ। ଜାତୀୟ ତଦନ୍ତ ଏଜେନ୍ସି ରବିବାର ତାମିଲନାଡୁରେ ଚଢାଉ କରିଛି। ହିଜବ ଉତ ତହିର ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏନଆଇଏ ୧୦ଟି ସ୍ଥାନରେ ଚଢାଉ କରିଛି। ପାକିସ୍ତାନୀ ସଂଗଠନ ହିଜବ-ଉତ-ତହିର ସହ ଜଡିତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଲୁଚି ରହିଥିବା ସ୍ଥାନ ଉପରେ ଏନଆଇଏ ରେଡ୍ କରିଛି। ସୂଚନା ଥାଉକି ଏହି ମାମଲାରେ, ଏନଆଇଏ ୨୦୨୧ ମସିହାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା।

ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ତାମିଲନାଡୁରେ ରବିବାର ସକାଳେ ଆଇଏସଆଇଏସ ସହ ଜଡିତ ଉଗ୍ରବାଦୀ ଇସଲାମ ସଂଗଠନ ହିଜବ-ଉତ-ତହିର ଉପରେ ଯାଞ୍ଚର ଏକ ଅଂଶ ଭାବରେ ଏହି ରେଡ କରିଛି। ଚେନ୍ନାଇ, ତ୍ରିଚି, ପୁଦୁକୋଟାଇ, ତଞ୍ଜାଭୁର, ଇରୋଡ ଏବଂ ଥିରୁପୁର ସମେତ ଏଜେନ୍ସି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ଏହି ଚଢାଇରେ ମୁଖ୍ୟତଃ ଦୁଇ ସନ୍ଦିଗ୍ଧଙ୍କ ଉପରେ କେନ୍ଦ୍ରିତ କରାଯାଇଥିଲା। ପ୍ରଥମ- ପୁଦୁକୋଟାଇର ମଣ୍ଡୟୁର ନିକଟରେ ଏକ ଚାଷ ଜମି ଭଡା କରିଥିବା ଅବଦୁଲ ଖାନ ଏବଂ ଦ୍ୱିତୀୟ ଅହମ୍ମଦ, ଯିଏ କି ତଞ୍ଜାଭୁରର କୁଲନ୍ଧଇ ଅମାଲ ନାଗରର ବାସିନ୍ଦା ଥିଲେ।

ହିଜବ-ଉତ-ତହିର ମାମଲା କ’ଣ ?

ହିଜବ-ଉତ-ତହିର ଏକ ଇସଲାମିକ ସଂଗଠନ। ଯାହା ଉପରେ ପ୍ରଥମ ଥର ପାଇଁ ଏନଆଇଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୨୦୨୧ରେ ଚଢଉ କରିଥିଲା। ଏହି ତଢଉ ମଦୁରାଇ ହିଜବ-ଉତ-ତହିର ମଡ୍ୟୁଲ ମାମଲା ସହିତ ଜଡିତ ଥିଲା। ଯେଉଁଥିରେ ଏନଆଇଏ ତାମିଲନାଡୁର ଅନେକ ସ୍ଥାନରେ ଚଢଉ କରିଥିଲା। ଏହି ରେଡ ପରେ ଏନଆଇଏ ମଧ୍ୟ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ପ୍ରାରମ୍ଭରେ, ଆଇପିସି ଧାରା ଏବଂ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ୧୯୬୭ର ଧାରା ୧୩(୧) (ଖ) ର ଏକାଧିକ ଅଭିଯୋଗରେ ମଦୁରାଇ ସହରର ଥିଡିର ନଗର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ହିଜବ-ଉତ-ତହିର ଆଦର୍ଶ ବିସ୍ତାର କରିବା ପାଇଁ ଫେସବୁକ ଏବଂ ୟୁଟ୍ୟୁବ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ତାମିଲନାଡୁ ଏବଂ କେରଳରେ ନୂତନ ସେଲ୍ ପ୍ରତିଷ୍ଠା ପାଇଁ ସେମାନେ ଷଡଯନ୍ତ୍ର କରିଥିଲେ।

Leave A Reply

Your email address will not be published.