Latest Odisha News

BREAKING NEWS

ଆତଙ୍କୀ ଲିଙ୍କ୍ ଥିବା ନେଇ ଏକାକାଳୀନ ୫ଟି ରାଜ୍ୟରେ ଏନଆଇଏ ଚଢାଉ

ନୂଆଦିଲ୍ଲୀ: ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଗୁରୁବାର ଦିନ ସକାଳୁ ସକାଳୁ ଦେଶର ବିଭିନ୍ନ ସ୍ଥାନରେ ଚଢାଉ କରୁଛି। ଆକ୍ସନ ମୋଡରେ ଜାତୀୟ ତଦନ୍ତକାରୀ ସଂସ୍ଥା । ଏକାସାଙ୍ଗେ ଦେଶର ୫ଟି ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଚଢାଉ। ଆତଙ୍କୀ ଲିଙ୍କ୍ ଥିବା ନେଇ ଏହି ସବୁ ରାଜ୍ୟର ପ୍ରାୟ ୧୯ଟି ସ୍ଥାନରେ ରେଡ୍‌ ଚାଲିଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜେସ୍‌-ଇ ମହମ୍ମଦ ସଂସ୍ଥା ସହିତ ଦେଶରେ କିଛି ସ୍ଥାନରେ ଲିଙ୍କ୍ ଥିବା ନେଇ ଚଢାଉ ଜାରି ରହିଛି। ଚଢାଉ ହେଉଥିବା ରାଜ୍ୟ ମଧ୍ୟରେ ଜମ୍ମୁ-କାଶ୍ମୀର, ଆସାମ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜୁରାଟର କିଛି ଅଞ୍ଚଳ ରହିଛି । ତେବେ ବର୍ତ୍ତମାନ ସୁଦ୍ଧା ଏହି ଚଢାଉରେ କେତେ ପରିମାଣର ତଥ୍ୟ ହସ୍ତଗତ ହୋଇଛି ସେନେଇ ସଠିକ୍‌ ସୂଚନା ମିଳିନାହିଁ। ରେଡ୍‌ ଶେଷ ପରେ ସବିଶେଷ ତଥ୍ୟ ମିଳିବ ବୋଲି କୁହାଯାଉଛି।

ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଠପ୍ କରିବା ଏବଂ ତାଙ୍କୁ ସହଯୋଗ କରୁଥିବା ଲୋକଙ୍କ ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ସରକାର ଲଗାତର ଭାବେ ଉଦ୍ୟମ ଜାରି ରଖିଛନ୍ତି। ତେଣୁ ସନ୍ଦେହ ହେଉଥିବା ସ୍ଥାନରେ ଏନଆଇଏ ପକ୍ଷରୁ ରେଡ ଜାରି ରହିଛି।
ସେହିପରି ବୁଧବାର ଦିନ ମଧ୍ୟ ଗାଙ୍ଗଷ୍ଟାରଙ୍କ ସହ ଲିଙ୍କ ନେଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଏହି ଚଢାଉରେ ଜାତୀୟ ତଦନ୍ତକାରୀ ସଂସ୍ଥାକୁ ଅନେକ ତଥ୍ୟ ମିଳିଛି।

Leave A Reply

Your email address will not be published.