Latest Odisha News

BREAKING NEWS

ଆତଙ୍କବାଦୀ ନେଟୱାର୍କ ବିରୋଧରେ ୩୨ ସ୍ଥାନରେ NIAର ଚଢାଉ

ଶ୍ରୀନଗର: ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଆଜି ଗୁରୁବାର ଦିନ ଜମ୍ମୁ ଓ କାଶ୍ମୀରର ବିଭିନ୍ନ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢାଉ କରିଛି। ଆତଙ୍କବାଦୀ ଷଡ଼ଯନ୍ତ୍ରର ତଦନ୍ତର ଅଂଶ ସ୍ୱରୂପ, ସଂସ୍ଥା ଶୋପିଆନ, କୁଲଗାମ, କୁପୱାଡା, ସୋପୋର ଏବଂ ବାରମୁଲ୍ଲାର ଅନେକ ଅଞ୍ଚଳରେ ଚଢାଉ କରୁଛି। ସୂଚନାଥାଉକି ଜମ୍ମୁ କାଶ୍ମୀରର ୩୨ଟି ସ୍ଥାନରେ ଏନଆଇଏର ଚଢାଉ କରିଛି ।

ସୂଚନା ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ଆତଙ୍କବାଦୀ ଷଡ଼ଯନ୍ତ୍ର ଏବଂ ବିଭିନ୍ନ ଆତଙ୍କବାଦୀ ସଂଗଠନର ଓଭରଗ୍ରାଉଣ୍ଡ କର୍ମୀ (OGWs) ସହିତ ଜଡିତ। ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ଏବଂ ସେମାନଙ୍କର ନେଟୱାର୍କ ଭାଙ୍ଗିବା ଲକ୍ଷ୍ୟରେ NIAର ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଅଧିକାରୀମାନେ କହିଛନ୍ତି ଯେ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହିତ ଜଡିତ ଓଭରଗ୍ରାଉଣ୍ଡ କର୍ମୀମାନେ ଆତଙ୍କବାଦୀମାନଙ୍କୁ ଲଜିଷ୍ଟିକ୍ ସମର୍ଥନ, ଟଙ୍କା, ଆଶ୍ରୟସ୍ଥଳ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିରେ ସାହାଯ୍ୟ କରନ୍ତି।

ପୂର୍ବରୁ, ଏସଆଇଏ ଜମ୍ମୁ ଡିଭିଜନର ଚାରୋଟି ଜିଲ୍ଲାର ୧୮ ଟି ସ୍ଥାନରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା।

କେନ୍ଦ୍ରୀୟ ଏଜେନ୍ସିର ଜଣେ ଅଧିକାରୀ କହିଛନ୍ତି ଯେ ଏହି ଚଢାଉ ଏକ ତିନି ବର୍ଷ ପୁରୁଣା ମାମଲାରେ କରାଯାଉଛି । ୨0୨୨ ମସିହାରେ ଜମ୍ମୁରେ ଆତଙ୍କବାଦୀ ଷଡ଼ଯନ୍ତ୍ର ପାଇଁ ଅନେକ ଆତଙ୍କବାଦୀ ସଂଗଠନ ଏବଂ ଓଭରଗ୍ରାଉଣ୍ଡଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଥିଲା।

ଗତ ଏପ୍ରିଲ ମାସ ୨୨ ତାରିଖରେ କାଶ୍ମୀରର ପହଲଗାମ ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପ୍ରାଣ ହରାଇଥିଲେ । ଏହାର ଜବାବରେ ଭାରତ ସରକାର ଆତଙ୍କବାଦୀଙ୍କ ବିରୁଦ୍ଧରେ ‘ଅପରେସନ୍ ସିନ୍ଦୂର’ ଆରମ୍ଭ କରିଥିଲେ । ଏବଂ ଏହା ପରଠାରୁ ଭାରତ ମାଟିରେ ଦେଶର ସୁରକ୍ଷାକୁ ନଷ୍ଟ କରୁଥିବା ଆତଙ୍କବାଦୀ ମାନଙ୍କ ଷଡଯନ୍ତ୍ରକୁ ବିଫଳ କରିବାରେ ଲାଗିଛି NIA ।

Comments are closed.