Latest Odisha News

BREAKING NEWS

ଆତଙ୍କୀ ଲିଙ୍କ ଅଭିଯୋଗରେ ଜାମ୍ମୁ-କାଶ୍ମୀରର ୧୬ଟି ସ୍ଥାନରେ ଏନଆଇଏର ରେଡ୍

ଜାମ୍ମୁ : ଆତଙ୍କୀ କାର୍ଯ୍ୟକଳାପ ସନ୍ଦେହରେ ଏନଆଇଏ କରିଛି ଚଢ଼ାଉ । ଆତଙ୍କୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ, ଜାମ୍ମୁ-କାଶ୍ମୀରର ୧୬ଟି ସ୍ଥାନରେ ଚଢ଼ାଉ କରିଛି ଏନଆଇଏ । ଶ୍ରୀନଗର, ବାରମୂଳା, ଅନନ୍ତନାଗ, କୁଲଗାମର ବିଭିନ୍ନ ଅଞ୍ଚଳରେ ଚଢ଼ାଉକୁ ବ୍ୟାପକ କରାଯାଇଛି । ଦୁଇଟି ଆତଙ୍କୀ ହମଲାରେ ସମ୍ପୃକ୍ତି ଥିବା ସନ୍ଦେହରେ ଏହି ଚଢ଼ାଉ କରିଛି ଏନଆଇଏ ।

ସିଆରପିଏଫ ଯବାନଙ୍କ ସହାୟତାରେ ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଛି ଏନଆଇଏ । ଗତ କିଛି ଦିନ ମଧ୍ୟରେ ୧୦ରୁ ଅଧିକ ସାଧାରଣ ଲୋକଙ୍କୁ ହତ୍ୟା କରାଯାଇଛି । ଘଟଣାରେ ସମ୍ପୃକ୍ତି ସନ୍ଦେହରେ ତଦନ୍ତକାରୀ ସଂସ୍ଥା ଶ୍ରୀନଗରର କିଛି ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଏବା, ହିଜବୁଲ ମୁଜାହିଦ୍ଦିନ, ଜୈଶ-ଏ-ମହମ୍ମଦ ସହ ସଂପୃକ୍ତି ନେଇ ଏମାନଙ୍କୁ ପଚରାଉଚରା କରୁଛି ଏନଆଇଏ । ଚଢ଼ାଉ ବେଳେ ଅନେକ ମୋବାଇଲ ଫୋନ୍, ହାର୍ଡଡିସ୍କ ଓ ଏସଡି କାର୍ଡ ଜବତ ହୋଇଛି । ଜାମ୍ମୁରେ ହୋଇଥିବା ବିସ୍ଫୋରଣରେ ଆଇଇଡିର ବ୍ୟବହାର କରିଥିଲେ ଲସ୍କର-ଇ-ତୋଏବା ଆତଙ୍କୀ । ଏହା ପୂର୍ବରୂ ଏନଆଇଏ ଜୁଲାଇ ୧୯ ତାରିଖରେ ଆଉ ଥରେ ମାମଲା ରୁଜୁ କରିଥିବା ବେଳେ, ୩ ଜଣଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.