Latest Odisha News

BREAKING NEWS

ବାତିଲ ହେଲା ୟୁଜିସି ଏନଇଟି, ଘୋଷଣା ହେବ ସାନି ତାରିଖ

ନୂଆଦିଲ୍ଲୀ : ବିଶ୍ବବିଦ୍ୟାଳୟ ମଞ୍ଜୁରୀ ଆୟୋଗ ଜାତୀୟ ଯୋଗ୍ୟତା ପରୀକ୍ଷା ବା ୟୁଜିସି ଏନଇଟିକୁ ପୁଣି ବାତିଲ କରିଛି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏ । ଆସନ୍ତା ଅକ୍ଟୋବର ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବାର ଥିଲା । ତେବେ ପୁନର୍ବାର ପରୀକ୍ଷା ନେଇ ତାରିଖ ୟୁଜିସିର ଓ୍ବେବସାଇଟ ugcnet.nta.nic.inରେ ପ୍ରକାଶ ପାଇବ ବୋଲି କୁହାଯାଇଛି ।

ଆସନ୍ତା ଅକ୍ଟୋବର ୨୦ରୁ ଏହି ପରୀକ୍ଷା କରାଯାଇପାରେ । ଅକ୍ଟୋବର ୧୭ରୁ ୨୫ ମଧ୍ୟରେ ଅନ୍ୟ କେତେକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷା ରହୁଥିବାରୁ ଏହି ପରୀକ୍ଷା ବାତିଲ କରିବା ଲାଗି ଅନୁରୋଧ କରାଯାଇଥିଲା । ପରବର୍ତ୍ତୀ ତାରିଖ ଘୋଷଣା ହେବା ପରେ ୟୁଜିସି ଏନଇଟିର ଆଡମିଟ କାର୍ଡ ଜାରି କରାଯିବ । ଆଡମିଟ କାର୍ଡ ଡାଉନଲୋଡ କରିବା ଲାଗି ଛାତ୍ରଛାତ୍ରୀମାନେ ନିଜର ପଞ୍ଜିକରଣ ନମ୍ବର, ଜନ୍ମ ତାରିଖ ଓ ଅନ୍ୟାନ୍ୟ ବିବରଣୀ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।

Leave A Reply

Your email address will not be published.